Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲବଲ କରୁଛି ତାତି; ରାଜଧାନୀରେ ୪୨ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଆଜି ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି ୪୨.୨ ଡିଗ୍ରୀ ରହିଥିଲା ରାଜଧାନୀ ତାପମାତ୍ରା। ପୂର୍ବାହ୍ନ ୧୧ଟାରୁ ତାପମାତ୍ରା ୪୦ ପାର କରିଛି । ସକାଳ ସାଢ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରୀ ଥିଲା ।

ଆଜି ପୂର୍ବାହ୍ନ ସାଢେ ୧୧ଟାରେ  ଝାରସୁଗୁଡା ତାପମାତ୍ର ୪୦.୨ ଡ଼ିଗ୍ରୀ ଥିବାବେଳେ କେନ୍ଦୁଝରର ୩୯.୨ ଡ଼ିଗ୍ରୀ,  ସମ୍ବଲପୁରର ୩୮.୬ ଡ଼ିଗ୍ରୀ ହୀରାକୁଦ,  ୩୭.୪ ଡ଼ିଗ୍ରୀ,  ଚାନ୍ଦବାଲିର ୩୭.୦ ଡ଼ିଗ୍ରୀ,  ବାଲେଶ୍ୱରର ୩୬.୪ ଡ଼ିଗ୍ରୀ,  ଗୋପାଳପୁରର ୩୪.୬ଡ଼ିଗ୍ରୀ,  ପୁରୀର ୩୪.୨ ଡ଼ିଗ୍ରୀ,  ପାରାଦୀପର ତାପମାତ୍ରା ୨୮.୦ ଡ଼ିଗ୍ରୀ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ