Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଭର ସିରୋସିସ୍ ରୋଗରେ ପୀଡିତ ବିଗ୍‌ ବି

ଆପଣ ଜାଣନ୍ତି କି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୭୫ ପ୍ରତିଶତ ଲିଭର୍‌ ଅଚଳ ଅର୍ଥାତ୍‌ ନଷ୍ଟ ହୋଇଯାଇଛି। କେବଳ ୨୫ ପ୍ରତିଶତ ବାକି ଅଛି। ବାସ୍ତବରେ, ଅମିତାଭ ବଚ୍ଚନ ‘ଲିଭର ସିରୋସିସ୍’ ରୋଗରେ ପୀଡିତ। ଏହି ରୋଗ ହେତୁ ସୁସ୍ଥ ଟିସୁ ନଷ୍ଟ ହେବାକୁ ଲାଗେ ଏବଂ ଯକୃତ ଏହାର କାର୍ଯ୍ୟ ସଠିକ୍ ଭାବରେ କରିବାକୁ ସକ୍ଷମ ହୁଏ ନାହିଁ।

ଏହି ରୋଗ ହେତୁ ଯକୃତ ବିଷାକ୍ତ ପଦାର୍ଥ ଫିଲ୍ଟର କରିବାରେ ସକ୍ଷମ ହୁଏ ନାହିଁ। ଶରୀରର ଆବଶ୍ୟକତା ଅନୁଯାୟୀ ପ୍ରୋଟିନ୍ ତିଆରି କରିବାରେ ସକ୍ଷମ ହୁଏ ନାହିଁ। ରକ୍ତ ପ୍ରବାହରେ ବାଧା ସୃଷ୍ଟି କରେ। ଯଦି ଏହି ଅବସ୍ଥାରେ ଚିକିତ୍ସା ନ କରାଯାଏ ତେବେ ବ୍ୟକ୍ତିର ଯକୃତ ସଂପୂର୍ଣ୍ଣ କାମ ବନ୍ଦ କରିପାରେ।

ଅମିତାଭ ବଚ୍ଚନଙ୍କର ମାତ୍ର ୨୫ ପ୍ରତିଶତ ଲିଭର କାମ କରୁଛି। ଲିଭର ସିରୋସିସ୍ ରୋଗର ଏକ ପ୍ରମୁଖ ସମସ୍ୟା ହେଉଛି ଯକୃତ ସଂପୂର୍ଣ୍ଣ ନଷ୍ଟ ନହେବା ପର୍ଯ୍ୟନ୍ତ ଏହି ରୋଗର ଲକ୍ଷଣ ଦେଖାଯାଏ ନାହିଁ।

୧୯୮୨ ମସିହାରେ ଫିଲ୍ମ ‘କୁଲି’ର ସୁଟିଂ ସମୟରେ ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ତାଙ୍କ ଶରୀରରେ ରକ୍ତ ଅଭାବ ଦେଖାଦେଇଥିଲା। ୨୦୦ରୁ ଅଧିକ ରକ୍ତଦାତାଙ୍କଠାରୁ ପ୍ରାୟ ୬୦ ବୋତଲ ରକ୍ତ ତାଙକୁ ଦିଆଯାଇଥିଲା। ଏହି ୨୦୦ ମଧ୍ୟରୁ ଜଣେ ହେପାଟାଇଟିସ୍-ବିରେ ମଧ୍ୟ ସଂକ୍ରମିତ ହୋଇଥିଲେ। ତାଙ୍କ ରକ୍ତ ମଧ୍ୟ ବିଗ୍-ବିକୁ ଦିଆଯାଇଥିଲା। ଯାହା ପରେ ସେ ହେପାଟାଇଟିସ୍-ବିରେ ସଂକ୍ରମିତ ହୋଇଥିଲେ।

ଏହି ହେପାଟାଇଟିସ୍-ବି ସଂକ୍ରମଣର ପ୍ରଭାବ ଅମିତାଭ ବଚ୍ଚନଙ୍କ ଯକୃତକୁ ଧୀରେ ଧୀରେ କ୍ଷତି ପହଞ୍ଚାଇବାକୁ ଲାଗିଲା। ଏଥିରେ ଅମିତାଭଙ୍କ ୭୫ ଲିଭର ନଷ୍ଟ ହୋଇଗଲା। ଏହାକୁ ଏଡାଇବା ପାଇଁ ବିଗ୍-ବିଙ୍କୁ ଯକୃତର ୭୫ ପ୍ରତିଶତ କାଟିବାକୁ ପଡିଲା। ବର୍ତ୍ତମାନ ସେ କେବଳ ୨୫ ପ୍ରତିଶତ ଯକୃତ କ୍ଷମତା ଉପରେ ଜୀବିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ