Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀୟୂଷ, ସିନ୍ଧିଆ, ମାଂଝୀ…ସାଂସଦଙ୍କ ବାଜିବାରେ ଲାଗିଲା ଫୋନ, ଏହି ନେତାଙ୍କୁ ମନ୍ତ୍ରୀ ହେବା ପାଇଁ ଆସିଲା କଲ୍

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ପଦରେ କ୍ରମାଗତ ତୃତୀୟ ଥର ଶପଥ ନେବେ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଶପଥ ସମାରୋହ ପାଇଁ ପ୍ରସ୍ତୁତି ସରି ସାରିଛି । ଏହା ମଧ୍ୟରେ ମୋଦୀ କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ ସେ ନେଇ ସାଂସଦଙ୍କ ନିକଟକୁ ଫୋନ କଲ୍ ଆସିବାରେ ଲାଗିଛି । ସୂତ୍ର ମୁତାବକ ବିଜେପି ନେତା ପୀୟୂଷ ଗୋଏଲ, ରାଜନାଥ ସିଂ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେଡିଏସ ନେତା କୁମାରସ୍ୱାମୀ, ହାମର କେ ଜିତନ ରାମ ମାଂଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି ମୁଖ୍ୟ ଚିରାଗ ପାସୱାନ, ଜେଡିୟୁ ନେତା ରାମନାଥ ଠାକୁର ଓ ଅପନା ଦଳର ଅନୁପ୍ରିୟା ପଟେଲଙ୍କ ନିକଟକୁ କଲ୍ ଆସି ଜଣାଇ ଦିଆଯାଇଛି ଯେ, ଆପଣମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବାର ଅଛି ।

ନୂତନ ସରକାରରେ ଏନଡିଏର ବିଭିନ୍ନ ସହଯୋଗୀ ଦଳର ମନ୍ତ୍ରିପରିଷଦରେ ସାମିଲ ପାଇଁ ବିଜେପି ଓ ସହଯୋଗୀ ଦଳ ମଧ୍ୟରେ ବିଚାର ବିମର୍ଶ ହୋଇଛି । ଅମିତ ଶାହ, ରାଜନାଥ ସିଂଙ୍କ ବ୍ୟତୀତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ପ୍ରମୁଖ ନୀତିଶ କୁମାର ଓ ଶିବସେନାର ଏକନାଥ ସିନ୍ଦେଙ୍କ ପରି ନେତାଙ୍କ ସହିତ ମନ୍ତ୍ରିମଣ୍ଡଳର ଭାଗିଦାରୀ ନେଇ ଆଲୋଚନା ହୋଇଛି । ଏହା ପରେ ମନ୍ତ୍ରିମଣ୍ଡଳ ନେଇ ନାମ ଚୂଡାନ୍ତ କରାଯାଇଛି । ଆଜି ଯାହାଙ୍କ ନିକଟକୁ କଲ୍ ଆସିଛି, ଏହି ସାଂସଦମାନେ ଆଜି ମନ୍ତ୍ରୀ ପଦରେ ଶପଥ ନେବେ ।

ଏ ପର୍ଯ୍ୟନ୍ତ କେଉଁ ନେତାଙ୍କୁ ଫୋନ କଲ୍ ଆସିଛି
. ଡ. ଚନ୍ଦ୍ରଶେଖର ପେମ୍ମାସାମୀ(ଟିଡିପି)
. କିଞ୍ଜରାପୁ ରାମ ମୋହନ ନାଇଡୁ(ଟିଡିପ)
. ଅର୍ଜୁନ ରାମ ମେଘୱାଲ(ବିଜେପି)
. ସର୍ବାନନ୍ଦ ସନୱାଲ(ବିଜେପି)
. ଅମିତ ଶାହ(ବିଜେପି)
. କମଲଜିତ ସହରାବତ(ବିଜେପି)
. ମନୋହର ଲାଲ ଖଟ୍ଟର (ବିଜେପି)
. ନୀତିନ ଗଡକରୀ (ବିଜେପି)
. ରାଜନାଥ ସିଂ (ବିଜେପି)
. ପୀୟୁଷ ଗୋଏଲ (ବିଜେପି)
. ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି)
. ଶାନ୍ତନୁ ଠାକୁର (ବିଜେପି)
. ରକ୍ଷା ଖଡସେ (ବିଜେପି)
. ରାଓ ଇନ୍ଦ୍ରଜିତ ସିଂ (ବିଜେପି)
. ପ୍ରତାପ ରାଓ ଜାଧବ (ଶିବସେନା ସିନ୍ଦେ ଗୋଷ୍ଠୀ)
. ଏଚଡି କୁମାରସ୍ୱାମୀ (ଜେଏଡିଏ)
. ଚିରାଗ ପାସୱାନ(ଏଲଜେପି)
. ଜୟନ୍ତ ଚୌଧୁରୀ(ଆରଏଲଡି)
. ଅନୁପ୍ରିୟା ପଟେଲ (ଅପନା ଦଳ)
. ଜୀତନ ରାମ ମାଂଝୀ(ଅପନା ଦଲ)
. ରାମଦାସ ଅଠାବଲେ(ଆରପିଆଇ)

ନରେନ୍ଦ୍ର ମୋଦୀ ଶପଥ ନେବା ପୂର୍ବରୁ ଆଜି ପୂର୍ବାହ୍ନ ୧୧ଟା ୩୦ରେ ସମ୍ଭାବିତ ମନ୍ତ୍ରୀମାନଙ୍କୁ ଭେଟିବେ । ସମ୍ଭବତଃ ଏହି ସମୟରେ ମନ୍ତ୍ରୀମାନଙ୍କୁ ଜଣାଇ ଦିଆଯିବ ଯେ, ସେମାନଙ୍କୁ କେଉଁ ମନ୍ତ୍ରଣାଳୟ ମିଳୁଛି । ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ସହଯୋଗୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ