Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ

ଝାରସୁଗୁଡା ୧୧/୬ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣିରେ ଏକ ଅଜଣା ଗାଡି ଧକାରେ ଜଣେ ମୋପେଡ ଚାଳକ ଗୁରୁତର ଆହତ ହୋଇଥିଲେ । ଯୁବକ ଜଣକ ହେଉଛନ୍ତି ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ନୂଆଡିହିର ମହେଶ୍ବର ଖଡ଼ିଆ ଙ୍କ ପୁଅ ବିଷ୍ଣୁ (୨୪) ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।
ସୂଚନା ମତେ ସୋମବାର ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ବିଷ୍ଣୁ ଖଡ଼ିଆ ସିଜି-୧୩-ୟୁ ବି-୪୦୦୮ ନମ୍ବର ବିଶିଷ୍ଟ ଏକ ସୁପର ଏକ୍ସସେଲରେ ମହାସିଂ ସ୍ଥିତ ପେଟ୍ରୋଲ ପମ୍ପରେ ତେଲ ପକାଇ ନିଜ ଘର ଅତାବିରା ନୂଆଡିହି ଗ୍ରାମକୁ ଯାଉଥିବା ବେଳେ ଉକ୍ତ ପେଟ୍ରୋଲ ପମ୍ପ ର ଅନତି ଦୂରରେ ଥିବା ବୁଲାଣିରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ମାରି ଫେରାର ହୋଇ ଯାଇଥିଲା । ଫଳରେ ରାସ୍ତା ଉପରେ ସଜ୍ଞାହୀନ ଅବସ୍ଥାରେ ସେ ପଡ଼ି ରହିଥିଲେ । ସେହି ରାସ୍ତାରେ ଯାତାୟାତ କରୁଥିବା କିଛି ବ୍ୟକ୍ତି ଏହା ଦେଖି ରେଙ୍ଗାଲି ପୁଲିସକୁ ଖବର ଦେଇବା ପରେ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ବିଷ୍ଣୁ ଙ୍କୁ ଉଦ୍ଧାର କରି ପୁଲିସ ପିସିଆର ଗାଡ଼ିରେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ଦୁର୍ଗା ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ