ପୁରୀ: ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ବଡ଼ଦାଣ୍ଡରେ ଲାଗିଥିବା ଏସି ଟନେଲକୁ ହଟାଯାଉଛି ।
ରଥଯାତ୍ରାକୁ ନଜରରେ ରଖି ବଡ଼ଦାଣ୍ଡରେ ଥିବା ସମସ୍ତ ବ୍ୟାରିକେଡ୍ ଖୋଲାଯାଉଥିବା ଜଣାପଡିଛି । ତିନି ଦିନ ଧରି ଏହି ବ୍ୟାରିକେଡ ହଟାଯିବା କାର୍ଯ୍ୟ ଜାରି ରହିଛି । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ବ୍ୟାରିକେଡକୁ ହଟାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଅତ୍ୟଧିକ ଖରା ଦାଉରୁ ଭକ୍ତଙ୍କୁ ରକ୍ଷା ପାଇଁ ବଡଦାଣ୍ଡରେ ଏସି ଟନେଲର ବ୍ୟବସ୍ଥା କରିଥିଲା ପ୍ରଶାସନ । କିନ୍ତୁ ଏବେ ରଥଯାତ୍ରା ଆସୁଥିବାରୁ ବଡଦାଣ୍ଡ ଖାଲି କରିବା ଉଦ୍ଦେଶ୍ୟରେ ଏସି ଟନେଲ ଗୁଡିକୁ ହଟାଯାଉଛି ।