ଆନ୍ଧ୍ର ପଲିଟିକ୍ସ: ପଓ୍ବନ କଲ୍ୟାଣ ମାଗିଲେ ଉପମୁଖ୍ୟମନ୍ତ୍ରୀ ପଦ


ଅମରାବତୀ: ଆନ୍ଧ୍ର ପ୍ରବେଶରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ବିଜେପି ସହ ତା’ର ସହଯୋଗୀ ଦଳ ଟିଡିପି ଏବଂ ଜନସେନା ଅଛନ୍ତି । ଆସନ୍ତାକାଲି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଜନସେନାର ପଓ୍ବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ପଦ ମାଗିଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ପଓ୍ବନ ଦଳ ପାଇଁ ୫ଟି କ୍ୟାବିନେଟ ପଦବୀ ସହ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରୁଛନ୍ତି । ଏନଡିଏ ବିଧାୟକମାନେ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିବା ପୂର୍ବରୁ ଜନସେନାର ବିଧାୟକମାନେ ପୱନ କଲ୍ୟାଣଙ୍କୁ ଦଳର ମୁଖ୍ୟ ଭାବେ ମନୋନୀତ କରିଛନ୍ତି ।

ପ୍ରକାଶ ଥାଉକି ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପି ଏକାକୀ ୧୩୫ ଆସନରେ ଜିତିଥିବା ବେଳେ ଜନସେନାର ୨୧ ଓ ବିଜେପିର ୮ ବିଧାୟକ ଜିତିଛନ୍ତି । ଅର୍ଥାତ ୧୭୫ରୁ ଏନଡିଏ ୧୬୪ ଆସନରେ ଜିତି ସରକାର ଗଢ଼ିବାକୁ ଯାଉଛି ଓ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ବିଧାନସଭା ଅଧିବେଶନ ୧୭ ଜୁନରୁ ଆରମ୍ଭ ହେବ । ଏହି ଦିନ ବିଧାୟକମାନେ ଶପଥ ଗ୍ରହଣ କରିବେ ଏବଂ ପରଦିନ ବାଚସ୍ପତି ନିର୍ବାଚିତ ହେବେ ।