Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ମୋହନ ମାଝୀଙ୍କ ଜୀବନ ଯାତ୍ରା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାକୁ ମୋହନ ମାଝୀଙ୍କ ରୂପେ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ବସିଥିବା ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ମୋହନଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଆସନ୍ତାକାଲି ମୋହନ ମାଝୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେବେ।

୧୯୭୨ ମସିହା ଜାନୁଆରୀ ୬ ତାରିଖରେ କେନ୍ଦୁଝରର ରାଉକଳା ଗାଁରେ ଜନ୍ମଗ୍ରହଣ କରିଥିଲେ ମୋହନ।  ବାପାଙ୍କ ନାଁ ସ୍ଵର୍ଗତ ଗୁଣମଣି ମାଝୀ। ମାଝୀ କଳା ସହ ଢେଙ୍କାନାଳ ଲ କଲେଜରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ୨୦୧୧ରେ ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟରୁ ଏମଏ ପାସ୍ କରିଛନ୍ତି।

ପ୍ରଥମେ ସରସ୍ଵତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।  ସେ ୧୯୯୭ରୁ ରାଇକଲାରୁ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପିଥିଲେ। ୨୦୦୦ ମସିହାରେ କେନ୍ଦୁଝର ସଦରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୋହନ ମାଝୀ ମେଣ୍ଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପରେ ୨୦୧୯ ଏବଂ ୨୦୧୪ରେ କେନ୍ଦୁଝର ସଦରରୁ ବିଧାୟକ  ହୋଇଥିଲେ। ସେ ୨୦୨୪ରେ  ଥରୁଟିଏ ନିର୍ବାଚନରେ ହାରିଥିଲେ।

୨୦୨୪ ନିର୍ବାଚନରେ ୫୨ ବର୍ଷୀୟ ମୋହନ ମାଝୀ ବିଜେଡି ପ୍ରାର୍ଥୀ  ମୀନା ମାଝୀଙ୍କୁ ୮୭ ହଜାର ୮୧୫ ଭୋଟରେ ହରାଇଥିଲେ।ପୂର୍ବ ସରକାରରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ। କେନ୍ଦୁଝର ସଦରରୁ ଚାରି ଥର ନିର୍ବାଚିତ ହୋଇଥିବା ମୋହନ ମାଝୀ ଜଣେ ସମାଜସେବୀ ଓ ରାଜନେତା ଭାବେ ପରିଚିତ। ମାଝୀଙ୍କର ପତ୍ନୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ବ୍ୟବସାୟରେ ଥିବା ଓ୍ଵିକି ପିଡ଼ିଆ ତଥ୍ୟରୁ ଜଣା ପଡିଛି। ଓଡ଼ିଶା ରାଜନୀତିରେ ଜଣେ ସେ ନିର୍ବିବାଦୀୟ ଚେହେରା ଭାବେ ପରିଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ