Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍କ୍ରିୟ ବେଳେ ଫୁଟିଲା ବୋମା ! ହାବିଲଦାରଙ୍କ ମୃତ୍ୟୁ

କଟକ: ରଜରେ ଅଘଟଣ । ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଯିବାରୁ ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ଏମିତି ଘଟଣା ଘଟିଛି କଟକରେ। ମୃତ ହାବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ। ସେ ରିଜର୍ଭରେ ଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ସାମିଲ ହୋଇଥିଲେ।

ସୂଚନା ଅନୁଯାୟୀ, କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଜବତ ବୋମା ରଖାଯାଇଥିଲା। ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା । ଏଥିରେ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିବ। ଜଣା ଯାଇଛି ।

ଏଡିସିପି ଅନୀଲ ମିଶ୍ର କହିଛନ୍ତି ତାହା ବୋମା ନଥିଲା ତାହା ବାଣ ଥିଲା। ତେବେ କେଉଁ ପରିସ୍ଥିତିରେ ଓ କେମିତି ଏହି ଘଟଣା ଘଟିଲା, ତା’ର ତଦନ୍ତ କରାଯିବ। ବାଣଗୁଡ଼ିକୁ ନିଷ୍କ୍ରିୟ କରିବାକୁ ନଦୀପଠାକୁ ଅଣାଯାଇଥିଲା। ସେଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ତେବେ ସେଥିରେ କିଛି ବୋମା ଥିଲା। ତେଣୁ ଏଭଳି ଏକ ଅଘଟଣ ଘଟିଗଲା ବୋଲି କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ