Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆକ୍ଟିଭ ମୋଡରେ ନୂଆ ସରକାର, ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଆକ୍ଟିଭ ମୋଡରେ ମୋହନ ମାଝୀଙ୍କ ସରକାର । ଗତକାଲି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଆଜି ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶନିବାର ରାଜ୍ୟ ଅତିଥି ଭବନରେ ଚାଲିଛି ସମୀକ୍ଷା । ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଆଇଜି, ଆଇନ ଶୃଙ୍ଖଳା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଗତକାଲି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡାଙ୍କ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ରାଜ୍ୟର ଅର୍ଥନୈତିକ ସ୍ଥିତି, ଚାଲୁ ରହିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା, ବିଭିନ୍ନ ପ୍ରକଳ୍ପର ସ୍ଥିତି, ପୁଞ୍ଜିନିବେଶ ପ୍ରସ୍ତାବ ଓ ବିଭିନ୍ନ ଅର୍ଥନୈତିକ କ୍ଷେତ୍ରର ବିକାଶ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସଚିବମାନେ ଅବଗତ କରାଇଥିଲେ ।

More Stories