Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତିଥି ହୋଇ ଆସିଥିଲେ ରାତିରେ କଳାକନା ବୁଲାଇ ଚମ୍ପଟ ମାରିଲେ

ଝାରସୁଗୁଡା ୧୭/୬ (ଓଡ଼ିଶା ନ୍ୟୁଜ) କଥାରେ ଅଛି ଅତିଥି ଦେବୋ ଭବ । ଯେ କୌଣସି ବ୍ୟକ୍ତି ନିଜ ଘରକୁ ଆସିଲେ ତାଙ୍କୁ ସାମର୍ଥ୍ୟ ଅନୁସାରେ ଅତିଥି ଚର୍ଚ୍ଚା କରାଯାଏ । କିନ୍ତୁ ସେହି ଅତିଥି ଜଣକ ଯଦି ଆଶ୍ରୟ ଦେଇଥିବା ସେହି ସମ୍ପର୍କୀୟଙ୍କ ଘରେ କଳାକନା ବୁଲାଇ ସମସ୍ତ ସୁନା ଗହଣା ସହ ଟଙ୍କା ପଇସା ଧରି ଚମ୍ପଟ ମାରେ ତାହେଲେ ଘର ମାଲିକଙ୍କ ଅବସ୍ଥା ଯେ କଣ ହେବ ତାହା ନିଜେ ଅନୁମାନ କରି ପାରୁଥିବେ । ଏପରି ଏକ ଅଭିଯୋଗ ହୋଇଛି ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ।
ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲି ଥାନା ସୀମାନ୍ତ କନକତୋରା ପୁଲିସ ବିଟ ହାଉସ ଅନ୍ତର୍ଗତ କୁହାକୁଣ୍ଡା ଗ୍ରାମର ଅଶୋକ ପଧାନ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ଜଣେ ସମ୍ପର୍କିୟଙ୍କୁ ଅତିଥି ଭାବେ ତାଙ୍କ ଘରେ ଆଶ୍ରୟ ଦେଇଥିଲେ । କିନ୍ତୁ ସେହି ବ୍ୟକ୍ତି ଜଣକ ସନ୍ଧ୍ୟାରେ ଖାଇପିଇ ସାରିବା ପରେ ତାଙ୍କ ଘରେ ଏକ ବାକ୍ସରେ ରଖିଥିବା ସୁନା ଅଳଙ୍କାର ସହ ୩୫ ହଜାର ଟଙ୍କା ଧରି ରାତିରେ ଚମ୍ପଟ ମାରିଥିଲା । ତା ପରଦିନ ସକାଳୁ ଉଭୟ ସ୍ୱାମୀ ସ୍ତ୍ରୀ ଉଠି ଦେଖିବା ବେଳକୁ ଘର ର କବାଟ ଖୋଲା ରହିବା ସହ ଅନ୍ୟ ଜିନିଷ ପତ୍ର ସବୁ ଏଣେତେଣେ ପଡ଼ି ରହିଛି ଏବଂ ଯେଉଁ ବାକ୍ସରେ ସୁନା ଗହଣା ଓ ଟଙ୍କା ରଖିଥିଲେ ତାହା ମଧ୍ୟ ନାହିଁ । ତେଣୁ କେହି ଦୁର୍ବୁତ୍ତ ଚୋରୀ କରି ନେଇ ଯାଇଥିବା ସନ୍ଦେହ କରି ଘର ମାଲିକ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଅନୁସନ୍ଧାନ କରିଥିଲେ ଏବଂ ଥାନାରେ ଜଣକୁ ଅଟକ ରହି ପଚରା ଉଚୁରା କରୁଥିବା ଜଣା ପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ