Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ପର୍କୀୟଙ୍କ ଘରୁ ସୁନା ଗହଣା ସହ ଟଙ୍କା ଚୋରି ଘଟଣା ଚୋରି ସାମଗ୍ରୀ ଉଦ୍ଧାର ଅଭିଯୁକ୍ତ ଅତିଥି କୋର୍ଟ ଚାଲାଣ

ଝାରସୁଗୁଡା ୧୮/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁହାକୁଣ୍ଡା ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରକୁ ଅତିଥି ଭାବେ ଆସି ସୁନା ଗହଣା ସହ ବାକ୍ସରେ ରଖିଥିବା ଟଙ୍କା ସବୁକୁ ଚୋରି କରି ଶନିବାର ରାତିରେ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଘର ମାଲିକ କୁହାକୁଣ୍ଡା ଗ୍ରାମର ଅଶୋକ ପଧାନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା ଏବଂ ସନ୍ଦେହରେ ସମ୍ପୃକ୍ତ ଅତିଥିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସେ ଦୋଷ ସ୍ୱୀକାର କରିଥିଲା ଏବଂ ତାଙ୍କ ନିକଟରୁ ନଗଦ ୧୦ ହଜାର ଟଙ୍କା, ଗୋଟିଏ ମୋବାଇ ଫୋନ,ଏକ ସୁନା ହାର ଓ ଏକ ଧାନକଟା ଦାଆ ଉଦ୍ଧାର କରା ଯାଇଥିଲା । ଅଭିଯୁକ୍ତ ଅତିଥି ଜଣକ ହେଉଛନ୍ତି ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୋର ଥାନା ଅନ୍ତର୍ଗତ ପୁଷୋର ଗ୍ରାମର ଦୟାନିଧି ଗୁପ୍ତାଙ୍କ ପୁଅ ତ୍ରିନାଥ ଗୁପ୍ତା (୨୭) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଘର ମାଲିକ ଅଶୋକ ପଧାନ ଙ୍କ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ସୋମବାର ଦିନ ଅଭିଯୁକ୍ତ ତ୍ରିନାଥକୁ କୋର୍ଟ ଚାଲାଣ କରା ଯାଇଥିବା ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ