Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ସମ୍ବଲପୁରରେ ବନ୍ଦ ହେଲା ଇଣ୍ଟରନେଟ୍‌ ସେବା

ସମ୍ବଲପୁର: ଏବେ ବି ଥମିନି ସମ୍ବଲପୁର ହିଂସାକାଣ୍ଡ ଉତ୍ତେଜନା। ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ଦିଆଯାଇଛି ବନ୍ଦ ଡାକରା। ଏହି ବନ୍ଦ ଡାକରା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଛି। ଏହି ବନ୍ଦ ଡାକରାକୁ ବିଜେପି ମଧ୍ୟ ସମର୍ଥନ କରିଛି । ତେଣୁ ପରିସ୍ଥିତିକୁ ଦେଖି ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି ।

ତେବେ କିଛି ସ୍ଥାନରେ ଏହି ନିୟମକୁ କୋହଳ କରାଯାଇଛି । ସୂଚନା ଅନୁଯାୟୀ  କୁଚିଣ୍ଡା, ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମରାରେ ଏହି ସେବା ଉପଲବ୍ଧ ହେବ । ଏପରିକି ବାମରା ଓ ଯମନକିରା ଅଞ୍ଚଳରେ ବି ସେବା ଯୋଗାଇ ଦିଆଯିବ ।

ସୂଚନାଥାଉ କି, ହନୁମାନ ଜୟନ୍ତୀ ଅବସରରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ଗତକାଲି ସକାଳ ୧୦ଟାରେ ଇଣ୍ଟରନେଟ ସେବା ଯୋଗାଇ ଦେବାର ଥିଲା । କିନ୍ତୁ ଆଜି ଏହାର ଅବଧିକୁ ପୁଣି ୨୪ ଘଣ୍ଟା ପାଇଁ ବଢାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ