Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୮ ଜୁଲାଇରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର ସ୍ଥିତିକୁ ନେଇ ରାଜ୍ୟବାସୀ ଆଶା, ଆଶଙ୍କାରେ ରହିଥିବା ବେଳେ ଆସିଛି ଖୁସି ଖବର । କାରଣ ରତ୍ନଭଣ୍ଡାର ରହସ୍ୟ ଉପରୁ ଶୀଘ୍ର ପରଦା ହଟିବାକୁ ଯାଉଛି । ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ସ୍କାନିଂରେ କ୍ରାକ୍‌ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ଏହାକୁ ଖୋଲାଯାଇ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ ।  

ଏନେଇ ଏଏସ୍‌ଆଇ କହିଛନ୍ତି, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଅଯାଇଛି । କୋର କମିଟି, ଟେକନିକାଲ କମିଟି ଉପସ୍ଥିତିରେ ଏହାକୁ ଖୋଲାଯିବ ।   ୨୦୧୮ ମସିହାରେ ଆସିଥିବା ରିପୋର୍ଟରେ ଦେଖା ଯାଇଥିଲା କିଛି ସ୍ଥାନରେ କ୍ରାକ୍‌ ତଥା ଭଙ୍ଗାରୁଜା ରହିଛି । ଲେଜର ସ୍କାନିଂ ରିପୋର୍ଟରେ ବି ଏହା ସ୍ପଷ୍ଟ ହୋଇଛି । ଉକ୍ତ କ୍ରାକ୍‌ ଦେଇ ପାଣି ଭିତରକୁ ଯାଉଥିବ । ତେଣୁ ତୁରନ୍ତ ଆବଶ୍ୟକତା ଅନୁଯାୟୀ ମରାମତି କରାଯିବ ।