Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିସିସି ସଭାପତିଙ୍କୁ କାଳିମାଡ, ଶରତ କହିଲେ- ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ଼ ହୋଇଛି। କଂଗ୍ରେସ ଭବନରେ ପଶି କିଛି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାଯାଇଛି। ଆଜି ସକାଳେ ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ କାଳିମାଡ କରିଛନ୍ତି ।

ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ପିସିସି ସଭାପତି କହିଛନ୍ତି ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି ବୋଲି ଶରତ କହିଛନ୍ତି । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ।

ସେ କହିଛନ୍ତି ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କଂଗ୍ରେସ ସାରା ଦେଶରେ ପ୍ରତିବାଦ କରୁଛି । ତାକୁ ପ୍ରତିହତ କରିବାକୁ କିଛି ଦୁର୍ବୃତ୍ତ ଏମିତି କାଳି ମାଡ କରିଛନ୍ତି । ବିଜେପି କିମ୍ବା ଅନ୍ୟ କାହା ଦ୍ୱାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତଥାନ କରୁଥିବା ଦେଖି କିଛି ଅହଙ୍କାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି, ଯାଇଛନ୍ତି । ସେସବୁ ମୁଁ ଖାତିର କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ।

ତେବେ କେଉଁ କାରଣ ପାଇଁ ପିସିସି ସଭାପତିଙ୍କୁ କାଳିମାଡ଼ କରାଗଲା ତାହା ଜଣାପଡ଼ିନାହିଁ। ଜଣେ କର୍ମୀ କହିଛନ୍ତି, ଏହା ନିନ୍ଦନୀୟ ଘଟଣା। ଯେଉଁମାନେ କାଳିମାଡ଼ କରିଛନ୍ତି ଆମେ ତାଙ୍କୁ ଜାଣିନାହୁଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ