Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯଦି ମୋଦୀ ଚେତିବେ ନାହିଁ ତେବେ ଆଦାନୀ ବିଜେପି ସରକାରଙ୍କୁ ନିଶେଷ କରି ଦେବେ: ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ଗୌତମ ଆଦାନୀ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ବେଶ ସମାଲୋଚିତ ହେବାକୁ ପଡ଼ିଛି। ବିରୋଧୀଙ୍କ ସହିତ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। ଆଦାନୀ ପ୍ରସଙ୍ଗରେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନିରବ ରହିବା କଦାପି ଗ୍ରହଣନୀୟ ନୁହେଁ ବୋଲି ସତ୍ୟପାଲ ମଲିକ କହିଛନ୍ତି।

ପ୍ରଥମ ଦିନରୁ ହିଁ ସରକାରଙ୍କୁ ଏ ପ୍ରସଙ୍ଗରେ ବୟାନ ରଖି ସବୁ କିଛି ସ୍ପଷ୍ଟ କରି ଦେବାର ଥିଲା। କାରଣ ଏହା ସରକାରଙ୍କ ଭାବମୂର୍ତ୍ତିକୁ ବହୁତ କ୍ଷୁର୍ଣ୍ଣ କରି ସାରିଲାଣି। ୧୯୮୯ରେ ଭିପି ସିଂ ବୋଫର୍ସ ଘୋଟାଲାକୁ ପ୍ରସଙ୍ଗ କରି ରାଜୀବ ଗାନ୍ଧୀଙ୍କୁ ହରାଇଥିଲେ। ଯଦି ବିଜେପି ଏବେଠୁ ନଚେତିବ ବୋଫର୍ସ ପରି ଆଦାନୀ ପ୍ରସଙ୍ଗ ମୋଦୀ ସରକାରଙ୍କୁ ସମାପ୍ତ କରିଦେବ। ଯଦି ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଦେଇ ଦିଅନ୍ତି ତେବେ ମୋଦୀ ସରକାରଙ୍କୁ କେହି ରକ୍ଷା କରି ପାରିବେ ନାହିଁ। ଏ ସରକାର ନିଜର ପରିଚୟ ମଧ୍ୟ ହରାଇ ଦେବ ବୋଲି ସତ୍ୟପାଲ ମଲିକ କହିଛନ୍ତି।

ଜଣା ନାହିଁ ପ୍ରଧାନମନ୍ତ୍ରୀଙ୍କୁ କିଏ ଉଚିତ୍ ପରାମର୍ଶ ଦେଉଛନ୍ତି କି ନାହିଁ। ମୋର ପରାମର୍ଶ ବେଳ ଥାଉ ଥାଉ ସରକାର ଚେତି ଯାଆନ୍ତୁ। ଦୟା କରି ଆଦାନୀଠୁ ଦୂରେଇ ରୁହନ୍ତୁ। ମୋତେ ଗୋଟିଏ ଦିନ ଡକାନ୍ତୁ ମୁଁ ଜଣାଇ ଦେବି ଯେ କଣ କରିବା ଉଚିତ୍। ରାହୁଲ ଗାନ୍ଧୀ ଆଦାନୀ ଗ୍ରୁପରେ ନିବେଶ ୨୦ ହଜାର କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ନିକଟରେ ବି ନାହିଁ। ତେଣୁ ଲୋକେ ବୁଝି ଗଲେଣି ଯେ ବିଜେପି ସରକାରଙ୍କ ଗୌତମ ଆଦାନୀଙ୍କ ପ୍ରତି ଅହେତୁକ ଦୁର୍ବଳତକା ରହିଛି ବୋଲି ସତ୍ୟପାଲ ମଲିକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ