Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଗ ହେଲା ଅନୁକୂଳ, ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ପାଗ ଅନୁକୂଳ ହେବାରୁ ମୌସୁମୀ ବାୟୁ ଅଗ୍ରସର ହୋଇ ଓଡିଶାର ୨୪ ଜିଲ୍ଲାକୁ ଛୁଇଁଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ତେବେ ମୌସୁମୀ ବାୟୁ ବାକି ୬ ଜିଲ୍ଲା ଛୁଇଁବାକୁ ପାଗ ଅନୁକୂଳ ରହିଛି । ଆଗାମୀ କିଛି ଘଣ୍ଟାରେ ମୌସୁମୀ ସାରା ରାଜ୍ୟକୁ ଅଗ୍ରସର କରିବ ।

ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଫଳରେ ଲୋକଙ୍କୁ ଭୀଷଣ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଜୁନ ଦ୍ୱିତୀୟ ସପ୍ତାହ ଆରମ୍ଭରୁ ମୌସୁମୀ ମାଲକାନଗିରି ଦେଇ ଓଡିଶା ଛୁଇଁ ସାରିଥିଲେ ମଧ୍ୟ ପାଗ ଅନୁକୂଳ ନ ହେବାରୁ ଆଗକୁ ଅଗ୍ରସର ହୋଇ ପାରି ନ ଥିଲା । ଏପରିକି ରଜ ସରିବା ପରେ ବି ମୌସୁମୀ ବର୍ଷା ହୋଇ ନ ଥିଲା । ତେବେ ଗତ ଦୁଇରୁ ତିନି ଦିନ ହେବ ମୌସୁମୀ ଆଗକୁ ବଢିଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ବଢିବ । ପାରଦ ଆହୁରି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଏଥର ମୌସୁମୀ ବାୟୁ ଆଗୁଆ ଅର୍ଥାତ ମେ ୩୦ ତାରିଖରେ କେରଳ ଛୁଇଁଥିଲା । ଆଉ ଓଡିଶାରେ ୧୦ ତାରିଖ ପୂର୍ବରୁ ପ୍ରବେଶ କରିଥିଲା ମୌସୁମୀ । କିନ୍ତୁ ପୁରା ରାଜ୍ୟରେ ଅଗ୍ରସର ହେବାକୁ ୧୦ ଦିନ ସମୟ ଲାଗିଗଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ