Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୃଙ୍ଖଳିତ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି, ପୁରୀରେ ମୁତୟନ ହେବେ ୬୮ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ କଳସ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂରତି। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହେବା ସହ ଶୃଙ୍ଖଳିତ ସ୍ନାନ ଯାତ୍ରାକୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସ୍ନାନ ଯାତ୍ରା ସମୟରେ ପୁରୀରେ ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦାୟ ୪ ଜଣ ଏସପି ରାଙ୍କର ଅଫିସର,୧୨ ଜଣ ଅତରିକ୍ତ ଏସପି,୨୨ଜଣ ଡିଏସପି,୨୯୦ ରୁ ଉର୍ଦ୍ଧ୍ୱ ସବ ଇନସପେକ୍ଟର, ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ଭିତର ବେଢା଼ରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଵାହାର ବେଢା଼ରେ ସହ ଚତୁର୍ପାର୍ଶ୍ୱରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଟ୍ରାଫିକ ପାଇଁ ସହ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମରଚିକଟ ଛକରୁ ହୋଇଥିବା ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ସ୍ନାନବେଦୀରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ପହଣ୍ଡି ସମୟରେ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି। କେବଳ ପାସ୍ ଧାରୀ ମାନେ ମରଚିକୋଟ ଛକ ପର୍ଯ୍ୟନ୍ତ ଯାଇପାରିବେ।

ପାର୍କିଂ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଦେଇ ଶ୍ରୀସେତୁ ଦେଇ ଜେବିପିସିରେ ପାର୍କିଂ କରିବେ। ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ବାକି ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ