Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ୟୁଜି-ନିଟ୍ ପରୀକ୍ଷା ଦେବେ ୧୫୬୩ ପିଲା

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ପିଲା ଆଜି ପୁଣି ଥରେ ପରୀକ୍ଷା ଦେବାକୁ ଯାଉଛନ୍ତି । ଦେଶର ୬ ସହରରେ ଏହି ପରୀକ୍ଷା ହେବ । ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ କରୀକ୍ଷା ଚାଲିବ । ପରୀକ୍ଷା ସମୟରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ। ଯେଉଁମାନେ ଏହି ପରୀକ୍ଷାରେ ଗ୍ରେସ୍‌ ମାର୍କ ପାଇଥିଲେ କେବଳ ସେହି ପରୀକ୍ଷାର୍ଥୀମାନେ ହିଁ NEET-UG ପୁନଃ ପରୀକ୍ଷାରେ ସାମିଲ ହେବେ।

ସୂଚନାଯୋଗ୍ୟ, ମେ’ ୫ ତାରିଖରେ NEET UG ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାରେ ପେପର୍‌ ଲିକ୍ ହୋଇଥିବା କଥା ସାମ୍ନାକୁ ଆସିଛି । ମାମଲା ସୁପ୍ରିମକୋର୍ଟରେ ବିଚରାଓୀନ ରହିଛି । ଗତଥରର ପରୀକ୍ଷାରେ ମିଳିଥିବା ଗ୍ରେସ୍‌ ମାର୍କକୁ ରଦ୍ଦ କରାଯିବା ପରେ ପୁଣି ଡାକ୍ତରୀ ପ୍ରବେଶିକା ପରୀକ୍ଷା ଆଜି ଆୟୋଜିତ କରାଯାଉଛି। ତେବେ ନିଟ୍‌-ୟୁଜି କାଉନସେଲିଂ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।  

NEET UG ରେ ୭୨୦ମାର୍କ ମଧ୍ୟରୁ ମୋଟ ୬୭ ଛାତ୍ରଛାତ୍ରୀ ୭୨୦ ମାର୍କ ରଖି ଟପ୍ପର ହୋଇଥିଲେ । ସେଥିମଧ୍ୟରୁ ୬ ଜଣ ଛାତ୍ର ଗୋଟିଏ ହିଁ ସେଣ୍ଟରର ଥିଲେ । ଏହା ପରେ ଏହି ପରୀକ୍ଷାରେ ହେରଫେର ହୋଇଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ ଚାରିଆଡେ ବର୍ତ୍ତମାନ ବିରୋଧ ଜାରି ରହିଛି । ଏହି ପେପର୍‌ ଲିକ୍‌ ମାମଲାରେ ୧୦ରୁ ୧୫ ଜଣ ଗିରଫ ହୋଇ ସାରିଲାଣି ।

ସେପଟେ ଶନିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଆଜି ଅନୁଷ୍ଠିତ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଖୁବ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ସରକାର କହିଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ତଥା ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ