Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣା, ୫ ପଦାଧିକାରୀ ବହିଷ୍କୃତ

ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ ଜଣ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ସେମାନଙ୍କ ବିରୋଧର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପିସିସିର ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାଇଛନ୍ତି। ଏ ସଂପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଓଡ଼ିଶା ପ୍ରଭାରୀ  ଅଜୟ କୁମାରଙ୍କୁ  ଅବଗତ କରାଯାଇଛି।

ବହିଷ୍କୃତ ହୋଇଥିବା କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ହେଉଛନ୍ତି- ପ୍ରକାଶ ମିଶ୍ର (ଓପିସିସିର ସାଧାରଣ ସଂପାଦକ), ଶ୍ରୀୟାସ୍ମିତା ପଣ୍ଡା (ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସଂପାଦକ), ସନ୍ଦୀପ ରାଉତରାୟ (ଏନ୍‌ଏସ୍‌ୟୁଆଇ ସଂପାଦକ), ଅମରେଶ ପରିଡ଼ା ( ଯୁବ କଂଗ୍ରେସ, ରାଜ୍ୟ ସଂପାଦକ) ଓ ଆର୍ଯ୍ୟନ ସାସମଲ (ଏନ୍‌ଏସ୍‌ୟୁଆଇ, ରାଜ୍ୟ ସଂପାଦକ)।

ସୂଚନାଯୋଗ୍ୟ, ୨୧ ତାରିକରେ   ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ଼ ହୋଇଥିଲା। କଂଗ୍ରେସ ଭବନରେ ପଶି କିଛି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିଲେ। ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ କାଳିମାଡ କରିଥିଲେ।

ଏହି ଘଟଣାକୁ ନେଇ ପିସିସି ସଭାପତି କହିଥିଲେ  ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି ବୋଲି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ