Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ, ରାଜଧାନୀରେ ବନ୍ଦ ହେବନି ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ୱର: ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏହା ସହିତ ରାଜଧାନୀରେ ମେଟ୍ରୋ କାମ ଚାଲୁ ରହିବ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ହେବନି । ଟ୍ୱିନ୍ ସିଟିରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ ଚାଲୁ ରହିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ରାଜ୍ୟ ବଜେଟ୍ ପରେ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ। ଡବଲ ଇଞ୍ଜିନ ସରକାର ନିଶ୍ଚିତ ଓଡ଼ିଶାକୁ ସହଯୋଗ କରିବେ କିଭଳି କାମ ତ୍ୱାରାନିତ୍ୱ ହେବ, ଖୁବଶୀଘ୍ର ଆଲୋଚନା ହେବ।

More Stories