Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯେମିତି କ୍ୱାର୍ଟର୍ସ ନେଇଥିଲି, ସେହି ଅବସ୍ଥାରେ ଛାଡିବି: ବବି

ଭୁବନେଶ୍ୱର: ସରକାରରେ ଥିବା ବେଳେ କ୍ଷମତାର ଉପଭୋଗ କରି ଚାଲିଥିଲେ । ସରକାରୀ ବାସଭବନରେ ବେଆଇନ ଭାବେ ନିର୍ମାଣ କରିଥିଲେ ବିଳାସପୂର୍ଣ୍ଣ ଘର । ଆଉ ଏବେ ବିଜେଡି ହାତରୁ କ୍ଷମତା ଯିବା ପରେ ମନଇଚ୍ଛା ଘର ଭାଙ୍ଗି ଚାଲିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସରକାରୀ କ୍ୱାର୍ଟର୍ସରେ ଏମିତ ଭଙ୍ଗାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ମଧ୍ୟ ବିଜେଡି ଏବଂ ବବିକୁ ଘେରିବା ଆରମ୍ଭ କରିଛି ।

କ୍ୱାର୍ଟର୍ସ ଭଙ୍ଗାକୁ ନେଇ ରାଜନୀତି ତେଜିବା ପରେ ପ୍ରଣବ ପ୍ରକାଶ ଦାସଙ୍କ ଭିିଡଓ ବାର୍ତ୍ତା । ନିୟମ ଅନୁସାରେ ଭଙ୍ଗା ଯାଉଛି । ଜିଏ ବିଭାଗ ନୋଟିସ୍ କରିଥିଲେ, ୧୫ ସୁଦ୍ଧା କ୍ୱାର୍ଟର୍ସ ଛାଡିଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସାଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନସନ କରିଥିଲି । ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡିବେ । କ୍ୱାର୍ଟର୍ସରେ ନିର୍ମାଣକୁ ନେଇ ଜିଏ ଅନୁମତି ଦେଇଥିଲା କି ନାହିଁ ପ୍ରଶ୍ନ ଉଠିଛି ।

କିଏ ଭାଙ୍ଗୁଛି ଓ କାହିଁକି ଭାଙ୍ଗୁଛି ସେନେଇ କିଛି ସୂଚନା ନାହିଁ। ଏହି ଘରେ ବିଳାସମୟ କୋଠରୀ ରହିଥିବା ଜଣାଯାଇଛି। ଏଠାରେ ନିଜେ ପ୍ରଣବ ପ୍ରକାଶ ଦାସ ଅଣ୍ଡରଗ୍ରାଉଣ୍ଡ ଘର ବି ତୋଳିଥିଲେ। ପ୍ରଣବ ପ୍ରକାଶ ଦାସ ସେହି ଘର ଛାଡ଼ିଛନ୍ତି। ସେହି ଘରେ ସେ କୋଟି କୋଟି ଟଙ୍କାର ଇଣ୍ଟେରିଅର୍ କାମ କରିଥିବା କୁହାଯାଉଛି। ଉକ୍ତ ଘର ଫାଟକରେ ତାଲା ପଡ଼ିଥିବା ବେଳେ ଭିତରେ ଚାଲିଛି ଘର ଭଙ୍ଗା। ଏଣେ ଏନେଇ ସରକାରୀ କଳ ବା ପ୍ରଶାସନ କାହିଁକି ଚୁପ୍ ତାକୁ ନେଇ ବି ପ୍ରଶ୍ନ ଉଠିଛି। ଘଟଣା ପ୍ରଘଟ ହେବା ପରେ ଉକ୍ତ ଘର ଆଗରେ ଲୋକଙ୍କ ଭିଡ଼ ଜମିଛି।

କେଉଁ ଉଦ୍ଦେଶ୍ୟରେ ବବିଙ୍କ ସରକାରୀ ବାସଭବନରେ ଏତେ ବଡ଼ ବିଳାସମୟ କୋଠା ନିର୍ମାଣ କରିଥିଲେ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସରକାରୀ ଭାବେ କେତେ ଖର୍ଚ୍ଚ ହୋଇଛି ତାହା ଅସ୍ପଷ୍ଟ। କୋଟି କୋଟି ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ପାଇଁ ଦେଲା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ