Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ପୂର୍ବର ବିଜେଡି ସରକାର ସମୟରେ କଲେଜ ଏବଂ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଠପ୍ ହୋଇ ପଡିଥିଲା । ପାଠପଢା ପ୍ରଭାବିତ ହେବା ଏବଂ ଶିକ୍ଷାନୁଷ୍ଠାନର ମାହୋଲ ଖରାପ ହେବା ଆଶଙ୍କାରେ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ କରାଇ ଦେଉ ନ ଥିଲା । କିନ୍ତୁ ଏଥର ରାଜ୍ୟରେ ଏଥର ଛାତ୍ର ସଂସଦ ନିର୍ବାଚନ ହୋଇ ପାରେ। ରାଜ୍ୟରେ ନୂଆ ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟୁଥିବା କୁହାଯାଉଛି। ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ କହିବା ସହ ଛାତ୍ରଛାତ୍ରୀଙ୍କ ହିତ୍ ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର‌୍ୟ୍ୟବଂଶୀ କହିଛନ୍ତି । ବିରୋଧୀ ଆସନରେ ବସିଥିବା ସମୟରେ ବିଜେପି ମଧ୍ୟ ଛାତ୍ର ସଂସଦ ନିର୍ବାଚନ କରାଇ ନ ଦେବା ବିଜେଡି ସରକାରକୁ ନିନ୍ଦା କରି ଆସୁଥିଲା । ଏବେ ବିଜେପିର ସରକାର । ଛାତ୍ର ସଂସଦ ନିର୍ବାଚନ ନେଇ ସରକାରୀ ସ୍ତରରେ ବିଚାର ବିମର୍ଶ ଆରମ୍ଭ ହୋଇ ଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ୧୫ ଦିନର ରିପୋର୍ଟ କାର୍ଡରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଚାର ବିମର୍ଶ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ଦିଗରେ ଉଚ୍ଚଶିକ୍ଷା ବିଭାଗ ବଡ ନିଷ୍ପତ୍ତି ନେଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ