Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର

ବରପାଲି: ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ବାବୁଙ୍କ ତିରୋଧାନ ଦିବସ ଅବସରରେ ପଦ୍ମପୁର ବିଜୁଜନତା ଦଳ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା କାର୍ଯ୍ୟାଳୟରେ ଉଦଘାଟନ କରିଥିଲେ। ଓଡିଶା ମୋ ପରିବାର ଓ ଜିବନବିନ୍ଦୁ ପକ୍ଷରୁ ଆୟୋଜିତ ଶିବିରରେ ବିଜୁ ଜନତା ଯୁବ,ଛାତ୍ର ଓ ମହିଳାଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ସହାୟତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶିବିରରୁ ୪୩ ୟୁନିଟ ରକ୍ତଥୈଳୀ ସଂଗୃହୀତ ହୋଇ ବୁର୍ଲା ବଡ ଡାକ୍ତରଖାନା ରେଡକ୍ରସ ସଂସ୍ଥାକୁ ପଠାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଓଡିଶା ମୋ ପରିବାର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର ଯୋଗଦେଇ ରକ୍ତଦାତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବ୍ଳକର ବିଭିନ୍ନ ପଚାଂୟତ ସରପଞ୍ଚ ଓ ଜନ ପ୍ରତିନିଧି ଓ ଯୁବାକର୍ମୀ ମାନେ ଶିବିର ସଫଳତା ପାଇଁ ସହାୟତା କରିଥିଲେ।