ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁପରିଷଦ ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ା


ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୋନପୁର ବନ୍ଦ କରାଯାଇଛି । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରେ ବନ୍ଦ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି ।ସକାଳୁ ସକାଳୁ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ସହରର ଦୋକାନ ବଜାର ଆଦି ବନ୍ଦ କରିଛନ୍ତି । ସରକାରୀ , ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସ୍ଲୁଲ, କଲେଜ ମଧ୍ୟ ବନ୍ଦ ରହିଛି ।ମୋଟା ମୋଟି ଭାବରେ କହିବାକୁ ଗଲେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ସଂମ୍ପୁର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି । ବନ୍ଦକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।ତେବେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ବେଳେ ଆଗକୁ ଯଦି ଏଭଳି କାର୍ଯ୍ୟ ହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି ।