Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରକକୁ ଧକ୍କାମାରି ବଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଦୁଇ ଯୁବକ

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମରବଗା ପଞ୍ଚାୟତ ଦେବଦରହ ଛକରେ ଛତିଶଗଡ଼ ରାୟଗଡ଼ ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ବାଲେରୋ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଓଡି-୨୩-ଆର-୧୫୯୯ ନମ୍ବର ବିଶିଷ୍ଟ କୋଇଲା ଵୋଝେଇ ଟ୍ରକକୁ ଧକ୍କାମାରି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଉକ୍ତ ବଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଦୁଇଜଣ ଯୁବକ ଅଳ୍ପକେ ରକ୍ଷା ପାଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ଏ ସମ୍ପର୍କରେ ରେଙ୍ଗାଲି ଥାନା ରେ କୌଣସି ଅଭିଯୋଗ ହୋଇ ନ ଥିବା ପୁଲିସ ପକ୍ଷରୁ କୁହାଯାଇଛି ।

More Stories