Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ୍ଇସି ଏନ୍ ଏସ୍ ଏସ୍ ପକ୍ଷରୁ ଶିକ୍ଷାନୁଷ୍ଠାନ ସମ୍ମୁଖ ରେ ଜଳଛତ୍ର।

ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜ ଯାନ୍ତ୍ରିକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ଶାଖା ପକ୍ଷରୁ ଏକ ଜଳଛତ୍ର ଶିକ୍ଷାନୁଷ୍ଠାନ ସମ୍ମୁଖ ରେ ଆଜିଠାରୁ ଜଳଛତ୍ର ଆରମ୍ଭ କରାଯାଇଛି। ଅସହ୍ୟ ଗ୍ରୀଷ୍ମ ତାତି ଯୋଗୁଁ ଶିକ୍ଷାନୁଷ୍ଠାନ ସମ୍ମୁଖ ଦେଇ ବ୍ରହ୍ମପୁର ପୁରୁଷୋତ୍ତମ ପୁର ରାସ୍ତା ରେ ଯାତାୟାତ କରୁଥିବା ବାଟୋଇଙ୍କ ତୃଷା ନିବାରଣ କରିବା ନିମନ୍ତେ ମହାବିଦୟଳୟର ଏନ୍ ଏସ ଏସ ସ୍ବେଚ୍ଛାସେବୀ ମାନେ ଆଗେଇ ଆସି ମହାବିଦ୍ୟାଳୟ ମୂଖ୍ୟ ରାସ୍ତା କଡ଼ରେ ଏକ ଜଳଛତ୍ରରେ ବିଭିନ୍ନ ଲୋକଙ୍କୁ ପାଣି ଗ୍ଲାସ୍ ବଢ଼େଇଦବା ସହିତ ଦହି ସରବତ ବଣ୍ଟନ କରିଥିଲେ । ମହାବିଦ୍ୟାଳୟର ଏନ୍ଏସଏସ ଛାତ୍ର ଶୁଭମ୍ ସମଲ୍,ସଞ୍ଜୀବ ସାହୁ ଓ ସୁମନ୍ ଙ୍କ ନେତୃତ୍ଵରେ ଅବିନାସ ସାମଲ,ସୌମ୍ୟରଞ୍ଜନ,ଅର୍ପିତା, ମୋନାଲିସା,ପ୍ରଜ୍ଞାପିତା ଓ ହିତେଶ ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ଏହାକୁ ପରିଚାଳନା କରିଥିଲେ।ମହାବିଦ୍ୟାଲୟ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର୍ ସ୍ୱାଇଁ ସେଠାରେ ପହଞ୍ଚି ଏହାକୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାୟଳୟ ଏନ୍ଏସଏସ ଅଫିସର୍ ଡ଼ ଚିତ୍ତରଞ୍ଜନ ମଲ୍ଲିକ ଓ ଅଧ୍ୟାପିକା ରାନୁ ମୟୀ ସିଂ ଛାତ୍ର ଛାତ୍ରୀ ଙ୍କ ପ୍ରୟାସ କୁ ସ୍ୱାଗତ କରିବା ସହ ସାଥିରେ ରହି ପ୍ରେରଣା ଦେଇଥିଲେ।ସେହିପରି କାର୍ଯ୍ୟକ୍ରମ ଶେଷରେ ପ୍ରତି ବର୍ଷ ଭଳି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଚଢ଼େଇ, ମାଙ୍କଡ଼ ଓ ବିଭିନ୍ନ ପଶୁ ପକ୍ଷୀ ମାନଙ୍କ ପାଇଁ ବିଭିନ୍ନ ପାଣି ପୂର୍ଣ୍ଣ ପାତ୍ର ରଖାଯାଇଥିଲା ଯେଉଁଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ପିଲାମାନଙ୍କ ପ୍ରୟାସ କୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବା ବୋଲି ବିଦ୍ୟାର୍ଥୀ ମାନେ ମତପୋଷଣ କରିଛନ୍ତି।

More Stories