Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠାରେ ଜବରଦଖଲ ଉଛେଦ କଲା ପ୍ରଶାସନ

ବେଲଗୁଣ୍ଠା, 19/04, ବେଲଗୁଣ୍ଠା ଠାରୁ ସୁତୁମୁସର ରାସ୍ତା ଏବଂ ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ସମ୍ମୁଖରେ ବହୁ ଦୋକାନ ଘର ସରକାରୀ ଜମି ଉପରେ ଜବରଦଖଲ କରି ରହିଥିବାରୁ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଗୃହ ଗୁଡ଼ିକୁ ଜବରଦଖଲ ଉଚ୍ଛେଦ କରାଯାଇଛି I ଏନେଇ ଜବରଦଖଲକାରୀଙ୍କୁ ପୂର୍ବରୁ ସୂଚନା ଦିଆ ଯାଇଥିବା ବେଳେ ଆଜି ସକାଳ ସାତ ଘଣ୍ଟରୁ ଦୁଇଟି ଜେସିବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା I ଜବରଦଖଲ ଉଚ୍ଛେଦ ସମୟରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ମନୋଜ ପ୍ରଭାକର କୂଜୁରୁ, ଏନ୍ଏସି କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ଗୌରୀ ଶଙ୍କର ସ୍ୱାଇଁଙ୍କ ସମେତ ତହସିଲ୍ କାର୍ଯ୍ୟାଳୟ ଏବଂ ଏନ୍ଏସି କାର୍ଯ୍ୟାଳୟର ବହୁ କର୍ମଚାରୀ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ I କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣା ସ୍ଥଳରେ ପୋଲିସ୍ ବାହିନୀ ମଧ୍ୟ ମୁତୟନ ଥିଲେ I ବେଆଇନ ଜବରଦଖଲରେ ସରକାରୀ ସ୍ଥାନ ମାଡ଼ି ବସିଥିବା ବେଲଗୁଣ୍ଠା-ସୁତୁମୁସର ରାସ୍ତାରେ ପନ୍ଦରରୁ ଊର୍ଦ୍ଧ୍ୱ ଦୋକାନ ଗୃହ ଏବଂ କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ଦଶରୁ ଊର୍ଦ୍ଧ୍ୱ ଦୋକାନ ଗୃହକୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି I ଆଗାମୀ ଦିନରେ ବେଲଗୁଣ୍ଠା-ଜଗନ୍ନାଥ ପ୍ରସାଦ ରାସ୍ତା ଏବଂ ବେଲଗୁଣ୍ଠା ମୁଖ୍ୟ ସଡ଼କରେ ଜବରଦଖଲକା କରିଥିବା ଘର ଏବଂ ଦୋକାନ ଗୁଡ଼ିକୁ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I