Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ମହା ସଂଘ ପକ୍ଷରୁ ବିସି ସଖି ପଏଣ୍ଟ ଉପରେ ସଚେତନତା ।

ରଙ୍ଗେଇଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ର କଲ୍ୟାଣ ମଣ୍ଡପ ଠାରେ ରଙ୍ଗେଇଲୁଣ୍ଡା ମହିଳା ମହା ସଂଘ ର ସଭାନେତ୍ରୀ ଅର୍ଚ୍ଚନା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିସି ସଖି ପଏଣ୍ଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବି ପି ଏମ୍ ଅଜୟ କୁମାର ଦାଶ ଯୋଗ ଦେଇ ମହିଳା ମାନେ କିଭଳି କିଭଳି ବ୍ୟାଙ୍କ ସେବା ପଇସା ଜମା ଓ ଉଠାଣ, ଟଙ୍କା ପଠାଇବା, ବୀମା,ବିଜୁ ସ୍ବାସ୍ଥ୍ୟ ଯୋଜନା,ଅଟଳ ପେନସନ ଯୋଜନା,ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଓ ପ୍ରଧାନ ମନ୍ତ୍ରୀ ସ୍ବାସ୍ଥ୍ୟ ଯୋଜନା,ବିଲ ଦେୟ ଆଦି ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟ କ୍ରମରେ ମହାସଂଘ ର ସମ୍ପାଦିକା ଅମ୍ବିକା ଗୌଡ଼, ନାଏବ ସରପଞ୍ଚ ରାମ ଚନ୍ଦ୍ର ଦାଶ,ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମହାଙ୍କୁଡ଼,ୱାର୍ଡ ସଭ୍ୟା ଏନ୍.ରିନା ପାତ୍ର,ପି କନ୍ୟା କୁମାରୀ ରେଡ଼ି , କରାପଲ୍ଲୀ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୋଷାଧ୍ୟକ୍ଷ ଯୋତୀର୍ମୟ ହୋତା ମଞ୍ଚାସିନ ଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଏମ୍ ବି କେ ସିଏଚ.ଉଷାରାଣୀ ରେଡ଼ି,ବିସି ସଖି ଟି. ମଞ୍ଜୁବlଳା ରେଡ଼ି,ସି ଆର୍ ପି,କୃଷୀମିତ୍ର,ପ୍ରାଣୀ ମିତ୍ର,ମହାସଂଘର କର୍ମକର୍ତ୍ତା,କର୍ମଚାରୀ ଙ୍କ ସମେତ ଅନ୍ତରବାଟିଆ,ରଙ୍ଗେଇଲୁଣ୍ଡା ଓ ମାଣ୍ଡିଆପଲ୍ଲୀ ଗ୍ରାମର ପ୍ରାୟ ୧୦୦ ମହିଳା ଯୋଗ ଦେଇଥିଲେ।