ଗୋପାଳପୁର ୧/୭
କଲିକତା ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ୧୦୯ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର ଯାଦବ ଉପସ୍ଥିତିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏବଂ ଜେଡ ଏସ ଆଇ ମଧ୍ୟରେ ଚୁକ୍ତିପତ୍ର ଆଦାନ ପ୍ରଦାନ ହୋଇଛି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ଜେଡ ଏସ ଆଇ ର ନିର୍ଦ୍ଧେଶିକା ଡ଼.ଧ୍ରୀତି ବାନାର୍ଜୀଙ୍କ ସମେତ ବୈଜ୍ଞାନିକ, ପ୍ରଫେସର ପ୍ରମୁଖ ଉପସ୍ଥିତରେ ଏହି ଚୁକ୍ତିପତ୍ର ବିନିମୟ ହୋଇଥିଲା l ଏହି ଚୁକ୍ତି ଉଭୟଙ୍କ ମଧ୍ୟରେ ଶିକ୍ଷା, ଗବେଷଣା ଓ ପରୀକ୍ଷାଗାର, ଅଧ୍ୟାପକ, ଅଧ୍ୟାପିକା, ଗବେଷକ, ଗବେଷିକା, ଛାତ୍ର ଛାତ୍ରୀ ଉନ୍ନତ ମାନର ଜ୍ଞାନ କୌଶଳ ଆହରୋଣ କରିପାରିବେ l ତାହାସହ ଛାତ୍ର,ଛାତ୍ରୀ ମାନେ ଉଭୟ ଅନୁଷ୍ଠାନରେ ନାମ ପଞ୍ଜିକୃତ କରି ପି ଏଚ ଡ଼ି ର ସୁବିଧା ସୁଯୋଗ ପାଇଁ ପାରିବେ l ପ୍ରାଣୀ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ପରିବେଶ ବିଜ୍ଞାନ ଏବଂ ବୈଦୁତ ପ୍ରଯୁକ୍ତି ବିଦ୍ୟା ର ଛାତ୍ର ଛାତ୍ରୀ ଉପକୃତ ହୋଇ ପାରିବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି l