Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୭ ଦିନ ମଧ୍ୟରେ ଦେବାକୁ ପଡିବ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ, ଆକ୍ସନ ମୋଡରେ ନୂଆ ସରକାର

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ନୂଆ ସରକାର । ସରକାର ଏବେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଗମ୍ଭୀରତା ପ୍ରକାଶ କରିଛନ୍ତି । ଏବେ ୭ ଦିନ ମଧ୍ୟରେ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ଦେବାକୁ ପଡିବ । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନାରେ ବି ବିଳମ୍ବକୁ ବରଦାସ୍ତ କରାଯିବନି । ’ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏପରି ନିର୍ଦ୍ଦେଶାନାମା ଦେଇଛନ୍ତି ମୋହନ ମାଝୀ ସରକାର ।

ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି।

ଡାକ୍ତରୀମାଇନା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ଅନିବାର୍ଯ୍ୟ। ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ୱୀକୃତି ଜରୁରୀ। ଅନ୍ୟପଟେ ଅଭିଯୁକ୍ତଙ୍କ ଡାକ୍ତରୀମାଇନାରେ ବି ବିଳମ୍ବ ନ କରିବାକୁ କୁହାଯାଇଛି। ଏହି ନିୟମ ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ପାଇଁ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

More Stories