ଲୋକସେବା ଭବନରେ ବିଧିବଦ୍ଧ କାମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଲୋକସେବା ଭବନରେ କାମ ଆରମ୍ଭ କରି ନଥିଲେ ମୋହନ ଚରଣ ମାଝୀ । ତେବେ ଆଜି ସେ ଲୋକସେବା ଭବନରେ ପ୍ରବେଶ କରିବା ସହ ବିଧିବଦ୍ଧ କାମ ଆରମ୍ଭ କରିଛନ୍ତି । ଲୋକସେବା ଭବନରେ ପହଞ୍ଚିବା ପରେ ଆଣ୍ଠୋଇ ମୁଣ୍ଡିଆ ମାରିଥିଲେ । ଏହାପରେ ସେ ଲୋକସେବା ଭବନରେ ପ୍ରବେଶ କରିଥିଲେ । ଏହି ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମିନିଷ୍ଟରମାନେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ପାଛୋଟି ନେଇଥିଲେ ।

ସୂଚନାଯୋଗ୍ୟ, ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ତେବେ ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସି ନଥିଲେ । ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ୟ୍ୟାଳୟ ଖୋଲି କାମ କରୁଥିଲେ । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା । କାମ ସରିବା ପରେ ଆଜି ସେ ବିଧିବଦ୍ଧ ଭାବେ ସେଠାରେ କାମ ଆରମ୍ଭ କରିଛନ୍ତି ।