Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିଣ୍ଢୋଲ ୟୁ ପି ସ୍କୁଲ ରୁ ଏମ୍ ଡି ଏମ୍ ଚାଉଳ ଚୋରି ଘଟଣାରେ 2 ଜଣଙ୍କୁ କୋର୍ଟଚାଲାଣ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ୟୁ ପି ସ୍କୁଲରୁ ତାଲା ଭାଙ୍ଗି ଏମ୍ ଡି ଏମ୍ ଚାଉଳ ଚୋରି ହୋଇଥିଲା l ଉକ୍ତ ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି I ସୂଚନା ଯେ ସିଣ୍ଢୋଲ ୟୁ ପି ସ୍କୁଲ ରୁ ତାଲା କାଟି 10 କୁଇଣ୍ଟାଲ ଏମ୍ ଡି ଏମ୍ ଚାଉଳ ଚୋରି ହୋଇଥିବା ଗତ 26 ତାରିଖରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ ସିଣ୍ଢୋଲ ଗ୍ରାମର ବସନ୍ତ ଖୁଣ୍ଟିଆ ଓ ସୁଶାନ୍ତ ପାତ୍ର ବୋଲି ଜଣାପଡିଛି l