ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ବନ ସୁରକ୍ଷା ସମିତି ଠାରେ ସାମୁହିକ ଭାବେ ବୃକ୍ଷରୋପଣ ସହ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଲୁଣ୍ଡା ବନାଞ୍ଚଳ ଯାଲୋଏ ସେକ୍ସନର ୯ ଗୋଟି ଭିଏସ୍ଏସ୍ ଯଥା ଖଜୁରିଆପାଲି , ସୁନାପାଲି , ସାରସଦାଦର , ରାଣିପାଲି , ଗଈଲଗୁଡ଼ି, ରଢ଼ିଆପାଲି , ଜଗନ୍ନାଥ ପାଲି , ଗରଗଡ଼ବାହାଲ , ରିଝେଇଦାଦର କୁ କ୍ଲଷ୍ଟର ସ୍ତରୀୟ ବନ ମହୋତ୍ସବ ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଟିମ ଲିଡର ସଂଜୀବ କୁମାର ନାଗ ବନ ମହୋତ୍ସବ ଓ ବୃକ୍ଷରୋପଣର ଉପାଦେୟତା ଓ ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ l ଏହି ଅବସରରେ ସମସ୍ତ ଭିଏସ୍ଏସ୍ ର ସଭାପତିଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ହୋଇଥିଲା I କାର୍ଯ୍ୟକ୍ରମ ରେ ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆ ସଭା ପରିଚାଳନା କରିବା ସହ ଆଜିର ଦୁନିଆରେ ପରିବେଶ ଓ ପ୍ରକୃତି ର ସୁରକ୍ଷା ସହ ଯତ୍ନ ନିହାତି ଆବଶ୍ୟକ ବୋଲି ସମସ୍ତଙ୍କୁ ଅବଗତ କରାଇଥିଲେ I ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇବା ପାଇଁ ବୃକ୍ଷ ରୋପଣ ଏବଂ ତାହାର ଯତ୍ନ କରିବା ଲକ୍ଷ୍ୟ ନେଇ ସମସ୍ତଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ l ପାର୍ଶ୍ଵରେ ଥିବା ପଡିଆରେ ସମସ୍ତେ ଗୋଟିଏ ଲେଖା ଚାରା ରୋପଣ କରିଥିଲେ I ବନରକ୍ଷୀ ରଘୁମଣୀ ଭୋଇ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଏଫଏସଡିପି ସଂଯୋଜକ କିଶୋର ନାଏକ , ସୁନୀଲା ସାହୁ , କୋଷାଧକ୍ଷ ଗୁପ୍ତେଶ୍ୱର ଦେହେରି ପ୍ରମୁଖ ଉପସ୍ଥିତ ଥିଲେ l