Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବକେୟା ରହିଥିବା ୫ ହଜାର ଟଙ୍କା ପାଇଁ ଶଳା କୁ ହତ୍ୟା କରିଥିବା ଜ୍ବାଇଁ ଗିରଫ।

ଗୋପାଳପୁର,୦୫/୦୭
ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ଛକ ଠାରେ ବକେୟା ରହିଥିବା ୫ ହଜାର ଟଙ୍କା ମାଗିବା ଘଟଣାରେ ଜ୍ବାଇଁ ଉତକ୍ଷିପ୍ତ ହୋଇ ଲୁହା ରଡରେ ଆକ୍ରମଣ କରି ହତ୍ୟା କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ଜ୍ବାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ ଗୋଳନ୍ଥରା ଚଟି ଛକର ଡି ଚେଲପତି(୪୫) ବୋଲି ସୂଚନା ଦେଇଛି। ଏଥି ସହ ଆକ୍ରମଣ ରେ ବ୍ୟବହୃତ ଲୁହା ରଡ଼ କୁ ମଧ୍ୟ ପୁଲିସ ଜବତ କରିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଜୁନ ୧୭ ତାରିଖରେ ଏହି ଥାନା ଅଧିନସ୍ଥ ମାଣିକପୁର ଗ୍ରାମର ବି.ନାରସୁମୁଲୁ ଗୋଳନ୍ଥରା ଚଟି ଠାରେ ରହୁଥିବା ତାଙ୍କ ଜ୍ବାଇଁ ଡ଼ି ଚେଲପତିଙ୍କୁ ଗତ ପାଞ୍ଚ ବର୍ଷ ତଳେ ୫ ହଜାର ଟଙ୍କା ଧାର ଦେଇଥିଲେ lକିନ୍ତୁ ମୃତକ ନାରସୁମୁଲୁ ଜ୍ବାଇଁ ଙ୍କୁ ବାରମ୍ବାର ଧାର ଟଙ୍କା ମାଗିଥିଲେ କିନ୍ତୁ ଜ୍ବାଇଁ ଆଜି କାଲି କହି ଦିନ ପରେ ଦିନ ଗଡେଇ ଚାଲିଥିଲେ l ଜୁନ ୧୭ ତାରିଖ ସନ୍ଧ୍ୟା ରେ ଶଳା ନାରସୁମୁଲୁ ଜ୍ବାଇଁ ଘରକୁ ଆସି ଧାର ଟଙ୍କା ମାଗିଥିଲେ ଏହି ସମୟ ଉଭୟ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା lଏଥିରେ ଉତ୍ତ୍ୟକ୍ତ ହୋଇ ଚେଲପତି ସ୍ତ୍ରୀ କୁ ଗାଳି ଗୁଲଜ କରିଥିଲେ l ଏହାକୁ ଶଳା ନାରସିମୁଲୁ ପ୍ରତିରୋଧ କରିଥିଲେ। ଚେଲପତି ରାଗରେ ଏକ ଲୁହ ପାଇପରେ ଶଳାର ମୁଣ୍ଡ ପଛ ପଟୁକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ l ଶଳାକୁ ଗୁରୁତର ଅବସ୍ତାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି କରିଥିଲେ lକିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l ଏ ନେଇ ମୃତ୍ୟୁ ନାରସୁମୁଲୁଙ୍କ ଭାଇ ବି ସନ୍ତୋଷ ପାତ୍ର ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ lଅଭିଯୋଗ ନେଇ ଥାନା ପକ୍ଷରୁ କେଶ ନ ୨୬୪/୨୪ ପ୍ରକାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଆଜି ସକାଳେ ହତ୍ୟାକାରୀ ଜ୍ବାଇଁ ଡି ଚେଲପତି ରାଓ ସୁରଳ ଛକ ଠାରେ ଥିବା ଖବର ପାଇ ଚଢ଼ାଉ କରି ଗିରଫ କରିବା ସହ ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଚେଲପତି କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ଶ୍ରୀ ସୂଚନା ଦେଇଛନ୍ତି।