ସୁବର୍ଣ୍ଣପୁର ଜିଲ୍ଲାରେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ ସଭା


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ଧାରଣା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଏକ ମିଛ କେସ ରେ ଫସାଇ ସଂସଦର ସଦସ୍ୟତା ପଦ ରଦ୍ଧ କରାଯାଇଛି । ଗଣତନ୍ତ୍ରରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରାର ଭାବମୂର୍ତ୍ତି ଖରାପ ହୋଇଛି। କେନ୍ଦ୍ରର ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର କରିବାରେ ଲାଗିଛନ୍ତି । ଏପରିକି ଭାରତବର୍ଷର ସମସ୍ତ ନିରପେକ୍ଷ ଅନୁଷ୍ଠାନ ଯଥା ସିବିଆଇ, ଇଡି ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକକୁ କେବଳ ବିରୋଧିମାନଙ୍କୁ ହଇରାଣ ହରକତ କରିବା ସହିତ ସେମାନଙ୍କୁ ଦୁର୍ବଳ କରିଦେବା ପାଇଁ ବ୍ୟବହାର କରାଯାଉଛି । ଏହି ସମସ୍ତ ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡା ଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ।