ଜୁଲାଇ ୨୩ରେ ଉପସ୍ଥାପନ ହେବ ମୋଦୀ ୩.୦ର ପ୍ରଥମ ବଜେଟ୍‌, ମଧ୍ୟବିତ୍ତକୁ ବଡ ଉପହାର ଆଶା


ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ପ୍ରଥମ ସାଧାରଣ ବଜେଟ୍ ଜୁଲାଇ ୨୩ରେ ଉପସ୍ଥାପନ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶନିବାର ଏ ସଂପର୍କରେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୨୪ ଜୁଲାଇ ୨୨ରୁ ଅଗଷ୍ଟ ୧୨ ତାରିଖ ଯାଏଁ ବଜେଟ୍ ଅଧିବେଶନ ଆୟୋଜିତ ହେବ । ଆଗାମୀ ୨୦୨୪ ଜୁଲାଇ ୨୩ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।

ଷଷ୍ଠ ଥର ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଆର୍ଥ ମନ୍ତ୍ରୀ ସୀତାରମଣ ଶନିବାର ଅନ୍ତରୀଣ ବଜେଟ୍ ସହିତ ଛଅଟି ବଜେଟ୍ ଉପସ୍ଥାପନ କରିବେ । ଜୁଲାଇର ବଜେଟ୍ ତାଙ୍କର ଲଗାତାର ୭ମ ବଜେଟ୍ ହେବ । ଏହା ସହିତ ସର୍ବାଧିକ ଥର ବଜେଟ୍ ପ୍ରସ୍ତୁତ କରିଥିବା ମୋରାରଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ।

ଏଥର ସାଧାରଣ ବଜେଟରେ ମଧ୍ୟବିତ୍ତ ଶ୍ରେଣୀଙ୍କୁ ବଡ ଉପହାରର ଆଶା ରହିଛି । ଚାକିରିଆ ଲୋକ ଇନକମ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନର ଆଶା କରୁଛନ୍ତି। ଏହା ବ୍ୟତୀତ ବଜେଟରେ ମହିଳା ଓ ଲାଭାର୍ଥୀ ବର୍ଗଙ୍କ ପାଇଁ ବଡ ଉପହାର ମିଳିପାରେ । ତେବେ ସରକାରଙ୍କ ଫୋକସ ଇନଫ୍ରା ଓ ଏନର୍ଜି ଉପରେ ଆଶା ରହିଛି ।