Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ର ଶୁଭାରମ୍ଭ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି । ଶିଶୁ ରୋଗ ବିଶେଷଜ୍ଞ ଡା.ରବୀନ୍ଦ୍ର ମେହେର ସବୁଜ ପତାକା ଦେଖାଇ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ଏହି ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୀରମହାରାଜପୁର ବ୍ଲକ ବିଭିନ୍ନ ଗ୍ରାମକୁ ବୁଲି ଜନ ସଂଖ୍ୟା ନିୟନ୍ତ୍ରଣ ଉପରେ ସଚେତନ କରିବ। ଜୁଲାଇ ୧୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ରେ ଲୋକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର , ଆଇୟୁସିଡି , ଅନ୍ତରା , କଣ୍ଡୋମ , ଗର୍ଭନିରୋଧକ ବାଟିକା ଆଦି ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଜନ ସଂଖ୍ୟା ନିୟନ୍ତ୍ରଣ ର ବ୍ୟାପକ ସଚେତନତା ଏହାର ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣପ୍ରଭା ଯୁଏଡ଼ ପରିଚାଳନା କରିଥିବା ବେଳେ ଡ଼ା .ସ୍ୱରୂପ ବେହେରା , ଡ଼ା.ଜ୍ୟୋତିସ୍ମିତା ସାହୁ , ବିପିଏମ ମହେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଡାକ୍ତରଖାନା ର ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।