Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାପଲ୍ଲୀ ଓ ଗୋପାଳପୁର ଠାରେ ବନରକ୍ଷୀ ଙ୍କ କାର୍ଯ୍ୟାଳୟ ଉଦଘାଟିତ।

ଗୋପାଳପୁର,୭୦/୦୭
ବ୍ରହ୍ମପୁର ବନଖଣ୍ଡ ଅଧିନରେ ଥିବା ଗୋପାଳପୁର ଓ କରାପଲ୍ଲୀ ଠାରେ ନୂତନ ବିଟ୍ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡା. ସଞ୍ଜୟ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ସେହିପରି ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର, ବନାଞ୍ଚଳ ଅଧିକାରିଣୀ ମାଣିକେଶ୍ଵରୀ ହଂସଦା ଯୋଗ ଦେଇଥିଲେ। ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ବାରା ଉକ୍ତ ଅଞ୍ଚଳରେ ବନ ସୁରକ୍ଷା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଅତିଥି କହିଛନ୍ତି। ଏହି ଅବସରରେ ବନପାଳ ଗିରିଶ୍ ଚନ୍ଦ୍ର ରାୟ, ସୋମନାଥ ମଲ୍ଲିକ, ପ୍ରଶାନ୍ତ କାର୍ଜି, ବନରକ୍ଷୀ ସୁନିତା ନାୟକ, ଅଶ୍ବିନି ନାହାକ, ନୀଳମାଧବ ଜେନା, ତପନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

More Stories