ମାଣ୍ଡିଆପଲ୍ଲୀ ଓ ଗୋପାଳପୁରରେ ରଥଯାତ୍ରା ପାଳନ


ଗୋପାଳପୁର ୭/୭
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାରରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳନ ହୋଇଛି l ଭୋର ସକାଳୁ ଜଗନ୍ନାଥ ଠାକୁରଙ୍କ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା l ବିନୋଦ ଚନ୍ଦ୍ର ରଥ ଛେରା ପହରା କରିଥିଲେ l ଜଗନ୍ନାଥଙ୍କୁ ତାହିଆରେ ସଜେଇ ପହଣ୍ଡି କରି ହୁଳହୁଳି, ଘଣ୍ଟ ଥଳ ରେ ରଥ ସିଂହାସନକୁ ନିଆଯାଇଥିଲା l ମୋନର୍କ ଛକ ନିକଟରେ ଥିବା ମାଉସି ମା ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା l ପୁରୋହିତ ଭାବେ ରାଧାକୃଷ୍ଣ ଶତପଥୀ, ଭେକଟେଶ୍ୱର ଭୁକ୍ତା, ସୁରେନ୍ଦ୍ର ଦାଶ ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇ ଥିଲେ l ସତ୍ୟ ନାରାୟଣ ପଣ୍ଡା, ପ୍ରସନ୍ନ ପାଢ଼ୀ, ପାଣ୍ଡଵ ମହାରଣା, ବୁଲୁ ଲେଙ୍କା, ଗୋପାଳ ଦାଶ, ରିଙ୍କୁ ଲେଙ୍କା, ବଣ୍ଟି ଦାଶ ପ୍ରମୁଖ ସହଯୋଗ କରିଥିଲେ l ରଥ ଟଣା ବେଳେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗ ଦେଇଥିଲେ lଶାନ୍ତି ଶୃଙ୍ଖଳା ପାଇଁ ଭଞ୍ଜ ବିହାର ପୁଲିସ ଉପସ୍ଥିତ ଥିଲେ l ସେହିପରି ଗୋପାଳପୁର ସିଗିଡ଼ି ସାହି ଜଗନ୍ନାଥ ମନ୍ଦିରରେ ୩ ଠାକୁରଙ୍କୁ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା l ବିପ୍ର ଚରଣ ପଣ୍ଡା ଛେରା ପହରା କରିଥିଲେ l ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ଭିଡ଼ରେ ଘଣ୍ଟ, ହୁଳହୁଳି, ବାଜାରେ ୩ ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା l ପରେ ବଡ଼ ସାହି ସ୍ଥିତ ଅସ୍ଥାୟୀ ମାଉସୀ ମା ମନ୍ଦିରକୁ ଅଣାଯାଇଥିଲା l ମନ୍ଦିର କମିଟିର ସଭାପତି ଏମ. ପୋତନା, ସମ୍ପାଦକ ହରିହର ସାହୁ, ବିନୋଦ ଦାଶ, ଗାଣ୍ଡୁ ପାତ୍ର, ପଞ୍ଚୁ ବେହେରା, ଏ. ଜାନକୀ ରାମ, ଏମ. ଚନ୍ଦ୍ର ଶେଖର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଆଜି ନେତ୍ର ଉତ୍ସବ, ନବ ଯୌବନ ଦର୍ଶନ, ରଥଯାତ୍ରା ଅବସରରେ ହୋମଯଜ୍ଞ ହୋଇଥିଲା l ପୁରୋହିତ ନୀଳାଞ୍ଚଳ ଶତପଥୀ, ଲକ୍ଷଣ ପଣ୍ଡା, ଜୋଗାନ ପଣ୍ଡା ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇଥିଲେ l ଭିଡ଼କୁ ନଜରରେ ରଖି ଗୋପାଳପୁର ପୁଲିସ ମୁତୟନ ହୋଇଥିଲେ l