Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗାଁ ଗ୍ରାମରେ ତିନି ଠାକୁରଙ୍କ ପବିତ୍ର ଘୋଷଯାତ୍ରା

ଝାରସୁଗୁଡା ୮/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମରେ ରବିବାର ଦିନ ତିନି ଠାକୁରଙ୍କ ଘୋଷଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି । ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥ ସଂସ୍କୃତି ଅନୁଯାୟୀ ମନ୍ଦିର ପୂଜକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା, ପଣ୍ଡିତ ଉମେଶ ଚନ୍ଦ୍ର ପଣ୍ଡା,ପଣ୍ଡିତ ଓମ ପ୍ରକାଶ ପଣ୍ଡା,ଶୁଭମ ପଣ୍ଡା, ସତ୍ୟମ ପଣ୍ଡା ତିନି ଠାକୁରଙ୍କୁ ପୂଜାର୍ଚ୍ଚନା,ମଙ୍ଗଳ ଆଳତି ଆଦି କାର୍ଯ୍ୟ ସମ୍ପାଦନ କରିବା ପରେ ତିନି ଠାକୁର ଶ୍ରୀ ମନ୍ଦିର ରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ଜାମଗାଁ ଗ୍ରାମର ଜମିଦାର ମହେନ୍ଦ୍ର କୁମାର ସାଏ, ଗୋପୀନାଥ ସାଏ, ବିପ୍ଳବ ସାଏ, ବିକ୍ରାନ୍ତ ସାଏ, ବିମଲ ପ୍ରତାପ ସାଏ,ରଞ୍ଜନ ସାଏ, ଅଦ୍ବେତ ପ୍ରତାପ ସାଏ,ବ୍ରଜକିଶୋର ସିଂହ, ରାଜେଶ ସିଂହ,ଧନଞ୍ଜୟ ସିଂହ ଙ୍କ ଦ୍ଵାରା ପହଣ୍ଡି ବିଜେ ସହ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ତିନି ଠାକୁର ରଥାରୂଢ ହୋଇ ଗ୍ରାମର ଜୟ ଜଗନ୍ନାଥ ସଂପ୍ରଦା ମଣ୍ଡଳୀଙ୍କ ଖୋଲ କରତାଳ ବାଦ୍ୟ ସହ ହରିବୋଲ ଓ ହୁଳହୁଳି ଦେଇ ରଥଟଣା ଆରମ୍ଭ ହୋଇ ସ୍କୁଲପଡ଼ା ବଡଦାଣ୍ଡ ପର୍ଯ୍ୟନ୍ତ ନିଆ ଯାଇଥିଲା । ସେଠାରେ ଆଖପାଖ ଗାଁ ମାନଙ୍କରୁ ଆସିଥିବା ଭକ୍ତମାନେ ଦର୍ଶନ କରିବା ପରେ ସନ୍ଧ୍ୟାରେ ପୁଣି ତିନି ଠାକୁର ମାଉସୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏଥିରେ ଜାମଗାଁ ଗ୍ରାମର ଲମ୍ବୋଦର ବଢ଼େଇ,ଖତୁ ସା,ଡମ୍ବରୁଧର ପଧାନ, ମୋତିଲାଲ ପଧାନ, ଜନେକ ପଧାନ, ଜୟରାମ ବାରିକ, ଟିକାରାମ ପଧାନ, ବିକ୍ରମ ଡନସନା, ପ୍ରଫୁଲ୍ଲ ପଧାନ,ଚୁଲେଶ୍ୱର ପଧାନ, ସୁରେଶ ପଧାନ,ଲୋଚନ ବିଶି, ଯୁଧିଷ୍ଠିର ଭୁଏ, ଗଣେଶ ପଧାନ, ବିକ୍ରମ ବାରିକ,କ୍ଷେମା ପଧାନ,ଡୋଳାମଣି ଖମାରୀଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ