Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିରଙ୍ଗା ଫାଉଣ୍ଡେସନ ପକ୍ଷରୁ ବନମହୋତ୍ସଵ

ଝାରସୁଗୁଡା ୮/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ମୁରଲିପାଲି ଗ୍ରାମରେ ତ୍ରିରଙ୍ଗା ଫାଉଣ୍ଡେସନ ସଭାପତି ପ୍ରମୋଦ ସା ଙ୍କ ଅଧ୍ୟକ୍ଷତାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଣ୍ଢେଇକେଳା ଫାଣ୍ଡି ଅଧିକାରୀ ସମରେନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନରକ୍ଷୀ ମାନସ ପଟେଲ, ଫାଉଣ୍ଡେସନର ସମ୍ପାଦକ ଦୀନବନ୍ଧୁ ସେଠ, ଏକାଦସିଆ ସେଠ, ପ୍ରଶାନ୍ତ ସାହୁ ତଥା ସ୍ଥାନୀୟ ମହିଳା ସଂଗଠନର ସିଆରପି ସୁଶୀଳା ସା, ନୀଳବତୀ ସା,ଅବଦୁତ ଭୋଇ, ମହେନ୍ଦ୍ର ପଧାନ, ଗଣେଶ ପଧାନ, ଦୁର୍ବାଦଳ ଭୋଇଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗ ରେ ଗାଁ ନିକଟରେ ଥିବା ପଡ଼ିଆରେ ବିଭିନ୍ନ ପ୍ରକାର ବୃକ୍ଷ ଚାରା ରୋପଣ କରିଥିଲେ । ଆଗାମୀ ଦିନରେ ତ୍ରିରଙ୍ଗା ଫାଉଣ୍ଡେସନ ପକ୍ଷରୁ ଗାଁରେ ଥିବା ଖାଲି ଜାଗା ମାନଙ୍କରେ ବୃକ୍ଷ ରୋପଣ କରିବା ସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିଜ ନିଜ ଘରବାଡ଼ି, ଜମିହୁଡ଼ା ଆଦି ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଯିବ ବୋଲି ତ୍ରିରଙ୍ଗା ଫାଉଣ୍ଡେସନ ସଭାପତି ଶ୍ରୀ ସା ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ