ଲଖନପୁର ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ


ଝାରସୁଗୁଡା ୮/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅନ୍ତର୍ଗତ ଲଖନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ଖମାରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁମା ହେମକାନ୍ତି ରଣା ସଭା ପରିଚାଳନା କରିଥିଲେ । ଶିଶୁ ବାଟୀକା ପ୍ରମୁଖ ଲଳିତା ବିଶ୍ଵାଳ ସମ୍ମିଳନୀର ଆଭିମୁଖ୍ୟ ଓ ଉଦ୍ଧେଶ୍ୟ ଉପସ୍ଥାପନ କରିଥିଲେ ।
ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ନରୋତ୍ତମ ପଧାନ ଦ୍ବୀପ ପ୍ରଜ୍ଵଳ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାମଲ ଯୋଗଦେଇ ଶିଶୁ ଶିକ୍ଷାରେ ଭାରତୀୟ ସଂକଳ୍ପନା ବିଷୟରେ ମାର୍ଗ ଦର୍ଶକ କରିଥିଲେ । ଶେଷରେ ସମ୍ପାଦକ ରାଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ମାତୃ କମିଟିର ସମସ୍ତ ସଦସ୍ୟା, ଗୁରୁମା ଶାନ୍ତିଲତା ସାହୁ,ଉଷା ବିଶ୍ଵାଳଙ୍କ ସମେତ ସମସ୍ତ ଗୁରୁମା ଓ ସେବୀକା ସରୋଜିନୀ ବିଶ୍ଵାଳ,ସେବକ ରଘୁମଣି ଭୋଇ ପ୍ରମୂଖ ସହଯୋଗ କରିଥିଲେ ।