ବନ୍ତିଲୋ ରେ ରଥ ଯାତ୍ରା ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାନ୍ତିଲୋ ଠାରେ ସୋମବାର ଦିନ ରଥଯାତ୍ରା ଅନୁଷ୍ଠିତ ହୋଇ ଜାଇ ଅଛି । ପୁରୀ ରଥଯାତ୍ରା ର ଦିନକ ପରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଅଞ୍ଚଳ ଏକ ଉପକୂଳ ଅଞ୍ଚଳ ହୋଇଥିବା ତଥା କାକଟପୁର ଓ ଅସ୍ତରଙ୍ଗ ର ଗୋଟିଏ ସ୍ଥାନ ବନ୍ତିଲୋ ଠାରେ ଏହି ରଥ ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ବହୁ ଭକ୍ତ ସମାଗମ ହୋଇ ଥାଆନ୍ତି । ବନ୍ତିଲୋ ଗ୍ରାମ କମୀଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟ କ୍ରମରେ ଠାକୁର ରାଜା ରଞ୍ଜନ ମହାନ୍ତି ଛେରା ପହଁରା ସହ ଠାକୁର ଙ୍କର ନୀତି ନର୍ଧାରଣ ଶାରିବା ପରେ ଅପରାହ୍ନ ଦୁଇ ଘଟିକା ଠାରେ ରଥ ଟଣା ଆରମ୍ଭ ହୋଇଥିଲା । ସହ ସହ ଭକ୍ତ ଏଥିରେ ସାମିଲ ହୋଇ ରଥ ଙ୍କୁ ମାଉସୀ ମା ମନ୍ଦିର ନିକଟକୁ ଆଣିଥିଲେ । ରଥ ରୁଢ଼ ଦେବତା ମାନଙ୍କୁ ପୂଜକ ବେଲାରସେନ ପାଢ଼ୀ ପୂଜା ଅର୍ଚ୍ଚନା କରିଥିଲେ ଓ ଭକ୍ତ ମାନେ ଧାଡ଼ିବନ୍ଧି ଦିଅଁ ଦେବତାଙ୍କୁ ଦର୍ଶନ କରିଥିଲେ । ଡାହୁକ ଭାବେ ଦେବେନ୍ଦ୍ର ବାରିକ କାର୍ଯ୍ୟ ତୁଲାଇ ଥିବା ବେଳେ, ବାନ୍ତୀଲୋ ଗ୍ରାମ କମିଟି ସଭାପତି ସୁରେନ୍ଦ୍ର ବାରିକ,ପୂର୍ବତନ ସରପଂଚ ନିର୍ମଳ ମଲ୍ଲ,ଦୁର୍ଯୋଧନ ନାୟକ,ବନିତା ରାଉତ,ପ୍ରଭୁତି ଗ୍ରାମବାସୀ କାର୍ଯକ୍ରମ୍ ପରିଚାଳନା କରି ଥିଲେ । ମୀନା ବଜାର ରେ ବହୁତ୍ ଗହଳି ହେବାର ଦେଖା ଯାଇ ଥିଲା ,ଓ ନବ ଦିନ ବ୍ୟାପି ରାତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ରହି ଅଛି ।