Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପ୍ରେମ କରୁଥିଲେ । ପରିବାର ଲୋକେ ଜାଣି ଦେଲେ । ତେଣୁ ନାବାଳିକା ଝିଅକୁ ଘରେ ବନ୍ଦ କରି ରଖିଥିଲେ । ଆଜି ଉକ୍ତ ବନ୍ଦ ଘରୁ ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଶ୍ରୀରାମନଗର ବସ୍ତିରେ । ମୃତ ନାବାଳିକଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣଙ୍କ ଶ୍ରୀରାମନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ । ଆଜି ସକାଳେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ବନ୍ଦ ଘରୁ ଉଦ୍ଧାର କରାଯାଇଥିଲା । ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି ।
ସେ କରିଛନ୍ତି, ନାବାଳିକା ଗୋଟିଏ ପୁଅକୁ ଭଲ ପାଉଥିଲେ । ତାଙ୍କୁ ଘରେ ତାଲା ପକାଇ ରଖିବାରୁ ଆତ୍ମହତ୍ୟା କରିଛନ୍ତି । ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ଖୋଳତାଡ କରୁଛି ।