ମାଲକାନଗିରିରେ ଝାଡ଼ାବାନ୍ତି ଆତଙ୍କ; ୭ ଆକ୍ରାନ୍ତ, ୪ ଗୁରୁତର


ମାଲକାନଗିରି: ମାଥିଲି ବ୍ଲକ କୋପ୍ରା ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ । ଲୋକଙ୍କ ମଧ୍ୟରେ କୋକୁଆ ଭୟ । ଜଣଙ୍କ ପରେ ଜଣଙ୍କୁ ଗ୍ରାସୁଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ୭ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଅସୁସ୍ଥଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି କୋପ୍ରା ଗାଁରେ କିଛି ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା । ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା । ପରେ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ଝାଡ଼ାବାନ୍ତି ବ୍ୟାପୁଥିବାର କାରଣ ବୋଲି ସନ୍ଦେହ କରାଯାଉଛି ।

ଆଜି ଗାଁକୁ ମେଡିକାଲ ଟିମ୍‌ ଯାଇ ଲୋକଙ୍କ ସ୍ୱା଼ସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ପାଣିର ନମୂନା ପରୀକ୍ଷା ପାଇଁ ଆଣିପାରନ୍ତି ।