ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଙ୍ଗଠନ କାର୍ଯ୍ୟାଳୟ ପରିସରରେ ବୟସ୍କ ମାନଙ୍କ ପାଇଁ ଡିଜିଟାଲ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏ ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ପୌରହିତ୍ୟ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ ବରିଷ୍ଠ ସଙ୍ଗଠନ ସଭାପତି କୃଷ୍ଣଚନ୍ଦ୍ର ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ I ରାଜ୍ୟ ହେଲ୍ପ ଏଜ ଇଣ୍ଡିଆ ସଂଯୋଜକ ଦେବଶ୍ରୀ ବ୍ରହ୍ମା ପ୍ରଶିକ୍ଷକ ଭାବେ ଯୋଗଦେଇ ଏକ ସକ୍ରିୟ , ସୁସ୍ଥ ଓ ସମ୍ମାନ ଜନକ ଜୀବନ ବଞ୍ଚିବାର ଅଧିକାର ପ୍ରାପ୍ତ ପାଇଁ ତଥା ଅନଲାଇନ ବ୍ୟାଙ୍କିଂ ର ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ I ସଂଗଠନର ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ ସ୍ଵାଗତ ଭାଷଣ ଦେଇଥିବା ବେଳେ କୋଷାଧକ୍ଷ ଦୟା ନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ଦ୍ବିତୀକୃଷ୍ଣ ପଣ୍ଡା I ସୁଶ୍ରୀ ଅନୁସୂୟା ଦାସ , ଭୂଷଣ କୁମାର ପାତ୍ର , ସୌମିତ୍ରି ମେହେର , ଭଗବାନ ମିଶ୍ର , ଧନୁ ପଧାନ , ବାସୁଦେବ ପଣ୍ଡା , ଦିଲ୍ଲୀପ କୁମାର ତ୍ରିପାଠୀ , ଧୃବ ଚରଣ ଦାସ , ମହେନ୍ଦ୍ର ଜଗଦଲl , ସୁରୁ ସାହୁ , ଅକୃର ଦନ୍ତl ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l