Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲ୍ୟାଣ ମଣ୍ଡପ ରେ ନାଗରିକ ସମ୍ବର୍ଦ୍ଧନା ସମାରୋହ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ନାଗରିକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ସଂଗୀତା କୁମାରୀ ସିଂହ ଦେଓ , ବିଧାୟକ ରଘୁନାଥ ଜଗଦଳା ଯୋଗଦେଇ ମଞ୍ଚାସିନ ହୋଇଥିଲେ । ନିର୍ବାଚନ ଇସ୍ତାହାର ଦିଆଯାଇଥିବା ଇସ୍ତାହାର ସବୁକୁ ନିଶ୍ଚିତ ଭାବରେ ପୂରଣ କରାଯିବ । ସରକାର ହେଉଛି ଲୋକଙ୍କସରକାର ଲୋକମାନେ ଅଭିଯୋଗ କରିବା ପାଇଁ ଲୋକମାନେ ଆମ ପାଖକୁ ଆସିବେ ନାହିଁ ବରଂ ଆମେ ଲୋକଙ୍କପାଖରେ ପହଞ୍ଚି ଅଭିଯୋଗ ଶୁଣିବୁ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଯୋଉ ଦାବି ଆପତ୍ତି କରୁଛନ୍ତି ପରେ ତାର ବିଚାର କରାଯାଇ ଦାବି ପୂରଣ କରାଯିବ ବୋଲି କହିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ସଙ୍ଘ , ଓକିଲ ସଙ୍ଘ , ଆମ୍ବେ ଦକରସେବା ସଙ୍ଘ, ବ୍ଲକ ଗ୍ରାଣ୍ଡ ଶିକ୍ଷକ ସଙ୍ଘ, ଆୟୁବେଦସେବା ସଙ୍ଘ , ପଚାୟତ ପ୍ରତିନିଧି ସଙ୍ଘ, ଲକ୍ଷେ ଘର ଗଣ୍ଡା ସମାଜ , କୃଷକ ବିକାଶ ପରିଷଦ ନବ ନିର୍ମାଣ କୃଷକ ସଂଗଠନ , ଏସଏଚଜି ଗ୍ରୁପ , କୃଷି ବିଭାଗ , ବିଦୁତ ବିଭାଗ , ଭାଜପା ପରିବାର ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ବିଧାୟକ ଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ ସଭାପରିଚାଳନା କରିଥିଲେ । ଏହି ସଭାରେ ବହୁ ଜନ ସାଧାରଣ ଯୋଗଦେଇ ଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ