Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାର୍ଡ ପ୍ରତିଷ୍ଠା ଦିବସ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗଣ୍ଡବlରଝୋଲା ଠାରେ ନାବାର୍ଡ ପ୍ରତିଷ୍ଠା ଦିବସ ଅବସରରେ ଏ. ଏଫ. ସି ଜିଲ୍ଲା ପରିଚାଳକ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ମିଶ୍ର ଙ୍କ ତ୍ବତବଧାନ ରେ ନାବାର୍ଡ ସହାୟତାରେ ଏ.ଏଫ.ସି ମାଧ୍ୟମରେ କରାଯାଉଥିବା ଆଦିବାସୀ ୱାଡି ପ୍ରକଳ୍ପ ମିଶ୍ରିତ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ଡ଼ି.ଡ଼ି.ଏମ ଶ୍ରୀ ଯୁକ୍ତ ମହେଶ୍ୱର ଦାସ, ଗଣ୍ଡବାରଝୋଲା ସରପଞ୍ଚ ଶ୍ରୀ ଯୁକ୍ତ ମୁରଲୀ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ବର୍ତମାନ ରାସ୍ତା ଓସାର, ବିଭିନ୍ନ କଳକାରଖାନା ସ୍ଥାପନ ପାଇଁ ଅନେକ ବୃକ୍ଷ କୁ ହାଣି ଦିଆଯାଉଛି l ଫଳରେ ଗଛ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି l ଏହାର ପ୍ରଭାବ ରେ ବର୍ତ୍ତମାନ ଜଳବାୟୁ ପରିବର୍ତନ ସହ ବର୍ଷା କମି ଯାଉଛି l ଲୋକେ ସଠିକ ଅମ୍ଳଜାନ ପାଇବାରୁ ମଧ୍ୟ ବଂଚିତ ରହୁଛନ୍ତି l ଏଣୁ ଆମେ ସମସ୍ତେ ଏବେଠାରୁ ସଜାଗ ହୋଇ ପ୍ରତି ବ୍ୟକ୍ତି ଅନ୍ୟୁନ୍ୟ ୧0 ଟି ଲେଖାଏ ଗଛ ଲଗେଇ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ବିଭିନ୍ନ ଗାଁ ରୁ ମହିଳା ସଂଗଠନ, ସିଆରପି,କୃଷକ ପ୍ରାୟ ୬0 ରୁ ଉର୍ଧ୍ଵ ଯୋଗଦେଇଥିଲେ l ଏହି ପରିପ୍ରେକ୍ଷୀରେ “ମା କେଁ ନାମ ପେ ଏକ ପେଡ” କାର୍ଯ୍ୟକ୍ରମ ମାଧ୍ୟମ ରେ ଆମ୍ବ, ନିମ୍ବ, ସିପ ଓ ଶିଷ ଭଳି ବିଭିନ୍ନ ପ୍ରଜାତିର ୨0 ରୁ ଉର୍ଧ୍ଵ ଗଛ ରୋପଣ କରାଯାଇଥିଲା l ଏହି ବର୍ଷ ଗଣ୍ଡବାରାଝୋଲା ପଞ୍ଚାୟତ ରେ ୧0000 ହଜାର ଆମ୍ବ ଚାରା ରୋପଣ ପାଇଁ ନାବାର୍ଡ ପକ୍ଷରୁ ସ୍ଥିର କରାହେଇଛି l ଏହି ପରିପ୍ରେକ୍ଷୀରେ ବହୁତ ପରିମାଣ ରେ ଗଛ ଲଗେଇବାପାଇଁ ଉପସ୍ଥିତ ମହିଳା ସଂଗଠନ, କୃଷକ, ଜନ ସାଧାରଣ ସମସ୍ତେ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଏ.ଏଫ.ସି. ଉଦ୍ୟାନବିତ ଶ୍ରୀ ଜଗବନ୍ଧୁ ରାଉତ, କମ୍ୟୁନିଟି ମୋବିଲେଇଜର ଯଶୋବନ୍ତ ରଣା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ