କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) :
ଭବାନୀପାଟଣା ବ୍ଲକ ଗଣ୍ଡବlରଝୋଲା ପଞ୍ଚାୟତ ତିଳଯୋଡି ଗ୍ରାମ ର ଯେଏସଏସ କମ୍ପୁଟର ସେଣ୍ଟର ଠାରେ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି l ପ୍ରତିବର୍ଷ ଜୁଲାଇ ୧୧ ତାରିଖ କୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଏ l ଆଜିର ଏହି ଦିବସ ରେ ଖୁସି ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀ ଯଶୋବନ୍ତ ରଣା, କୋଷାଧକ୍ଷ ଶ୍ରୀ ତୋଫାନ ମାଝୀ ଯୋଗଦେଇ କାର୍ଯ୍ୟକ୍ରମ ର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି କୁପରିଣାମ ବିଷୟରେ ବିଶ୍ୱବାସୀ ଙ୍କୁ ଅବଗତ କରିବା ଉଦେଶ୍ୟ ରେ ଏହି ଦିବସ ପାଳନ କରାଯାଏ l ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ୟ,ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମନ୍ଧୀୟ ବିଷୟରେ ସଚେତନ କରିବା ଜନସଂଖ୍ୟା ଦିବସ ର ମୂଳ ଉଦେଶ୍ୟ l ବର୍ତମାନ ଭାରତ ରେ ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗିଛି l ଆଗାମୀ ଦିନରେ କିପରି ଏହି ସମସ୍ୟା କୁ ରୋକାଯାଇପାରିବ ସେ ବିଷୟରେ ଅତିଥି ମାନେ ଉପସ୍ଥିତ ଯୁବ ଗୋଷ୍ଟି ଙ୍କୁ ଆଲୋକପାତ କରିଥିଲେ l ପରେ ଉପସ୍ଥିତ ଯୁବକ ଯୁବତୀ, ଗ୍ରାମବାସୀ, ମହିଳା ସଂଗଠନ ର ମା ମାନଙ୍କୁ ନେଇ ଏକ ରେଲି ଅନୁଷ୍ଠିତ ହୋଇଥିଲା l ସମସ୍ତେ ଫ୍ଲାକ କାର୍ଡ ଧରି ନାରା ଦେଇ ଗାଁ ପରିକ୍ରମା କରିଥିଲେ l ଶେଷରେ ଏକ ସପଥପାଠ ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ବଢୁଥିବା ଜନସଂଖ୍ୟା କୁ ରୋକିବାପାଇଁ ସମସ୍ତେ ଶପଥ ନେଇଥିଲେ l ସଭା ପରିଚାଳନା କରିଥିଲେ ନିରୁପମା ଦୁର୍ଗା l