Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନ ସରକାରକୁ ପୂରିଲା ମାସେ, ଏହି ସମୟରେ କେତେ ପ୍ରତିଶ୍ରୁତି ପୂରଣ ହୋଇଛି ?

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ଥର ସରକାର ଗଢିଥିବା ବିଜେପିର ମୋହନ ମାଜୀ ସରକାରକୁ ମାସେ ପୂରିଛି । ଠିକ୍ ମାସେ ତଳେ ଜୁନ୍ ୧୨ ତାରିଖରେ ଶପଥ ନେଇଥିଲେ ମୋହନ ସରକାର। ଆଉ ଶୁକ୍ରବାର ଏକ ମାସ ପୂରିଛି। ସରକାର ଗଠନର ପ୍ରଥମ ୧୦୦ ଦିନରେ ଅନେକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ସେ ଦିଗରେ ପଦକ୍ଷେପ ଗ୍ରହଣ ମଧ୍ୟ କରିଛନ୍ତି।

ଆରମ୍ଭରୁ ଚାଷୀ, ମହିଳା ଏବଂ ଶ୍ରମିକଙ୍କ ଆଶା ପୂରଣ ପାଇଁ କାମ ଆରମ୍ଭ ହୋଇଛି। ଇସ୍ତାହାର ପୂରଣ କରିବା ପାଇଁ ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀ ଜଗନ୍ନାଥଙ୍କ ୪ ଦ୍ୱାର ଖୋଲିବା, ସୁଭଦ୍ରା ଯୋଜନା ଲାଗୁ କରିବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଉପରେ ଗୁରୁତ୍ବ ଦେଇଥିଲେ ରାଜ୍ୟ ସରକାର। ଏଥିପାଇଁ ୧୦୦ ଦିନର ଟାର୍ଗେଟ ମଧ୍ୟ ନେଇଥିଲେ। ଶହେ ଦିନ ଭିତରେ ଏସବୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପୁଣି ଶପଥ ଗ୍ରହଣର ପରଦିନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ତଳର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଥିଲା । ତାପରେ ଦ୍ବିତୀୟ କ୍ୟାବିନେଟ ବୈଠକରେ ଶ୍ରମିକଙ୍କ ମଜୁରୀ ବଢ଼ାଇବା ସହିତ ଶିକ୍ଷକ ନିଯୁକ୍ତି, ଓଡିଆ ଅସ୍ମିତା ରକ୍ଷା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ତ , ପିଏମ କିଷାନରେ ୬ ଲକ୍ଷ ଚାଷୀଙ୍କୁ ଯୋଡିବା ଏବଂ ଜଳସେଚନ ପାଇଁ ଅଚଳ ପ୍ରକଳ୍ପ ଗୁଡ଼ିକୁ ସଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଗତ ଜୁନ ୧୨ ତାରିଖରେ ମୋହନ ସରକାର ଶପଥ ନେଇଥିଲେ । ଏହା ଲୋକଙ୍କ ସରକାର ବୋଲି ସରକାରୀ ଦଳ ନାରା ଦେଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ରତ୍ନ ଭଣ୍ଡାର ଖୋଲିବା ନେଇ ସରକାର ଆଗକୁ ବଢୁଛନ୍ତି । ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ